Thursday, October 29, 2026
Latestଜାତୀୟ

୨୧ଦିନ ହେଲା ଫସି ରହିଛନ୍ତି ୧୫ ଶ୍ରମିକ

୨୧ଦିନ ହେଲା ମେଘାଳୟ କୋଇଲା ଖଣିରେ ଫସି ରହିଛନ୍ତି ଶ୍ରମିକ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଜୋରଦାର ଚେଷ୍ଟା ଚାଲିଛି। ମୋଟର ପମ୍ପ ସାହାଯ୍ୟରେ ଖଣିରୁ ପାଣି ବାହାର କରିବା କାମ ଆରମ୍ଭ କରିଛି ଓଡ଼ିଶା ଅଗ୍ନିଶମ ଟିମ୍ । ଖଣିକୁ ପାଣି ପଶୁଥିବା ସ୍ଥାନରୁ ମଧ୍ୟ ଜଳ ନିଷ୍କାସନ କରାଯାଉଛି ।
ସେପଟେ ଫଶି ରହିଥିବା ୧୫ଜଣ ଶ୍ରମିକଙ୍କୁ ଉଦ୍ଧାର ଲାଗି ଜରୁରୀ ପଦକ୍ଷେପ ଗ୍ରହଣ କରିବା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଡିସେମ୍ବର ୧୩ ତାରିଖରୁ ମେଘାଳୟର ଇଷ୍ଟ ଜୟନ୍ତିଆ ଜିଲ୍ଲାରେ କୋଇଲା ଖଣିରେ ପାଣି ପସିବା ଫଳରେ ୧୫ଜଣ ଶ୍ରମିକ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ନୌସେନା, ଓଡ଼ିଶା ଅଗ୍ନିଶମ ବିଭାଗ, କୋଲ ଇଣ୍ଡିଆ ଲିମିଟେଡ୍ର ଓ ଏନ୍ଡିଆରଏଫର ବୁଡ଼ାଳି ଓ କର୍ମଚାରୀ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

17 + sixteen =