Thursday, October 29, 2026
Latestଜାତୀୟ

ରାହୁଲଙ୍କୁ କଡ଼ା ଜବାବ

ମୋଦିଙ୍କୁ ସମାଲୋଚନା କରିବା ବଦଳରେ ସାକ୍ଷାତକାର ନେଇଥିବା ସ୍ମିତା ପ୍ରକାଶଙ୍କ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ ଗାନ୍ଧି । ସେ ସ୍ମିତାଙ୍କୁ ସହଜରେ ପ୍ରଭାବିତ ହୋଇପାରୁଥିବା ଜଣେ ସାମ୍ବାଦିକ ବୋଲି କହିଛନ୍ତି। ରାହୁଲଙ୍କ ଏଭଳି ମତକୁ ବିଜେପି ଓ ଏନ୍ୟୁଜେ(ଭାରତ) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ସେହିଭଳି ରାହୁଲ କ୍ଷମା ମାଗନ୍ତୁ ବୋଲି ମଧ୍ୟ ଦାବି ହୋଇଛି।
ସ୍ମିତା ପ୍ରକାଶ ଟ୍ୱିଟ୍ କରି କହିଛନ୍ତି, “ ପ୍ରିୟ ରାହୁଲ ଗାନ୍ଧି ମହାଶୟ। ଆପଣ ସାମ୍ବାଦିକ ସମ୍ମିଳନୀ କରିବା ଏବଂ ଏଥିରେ ମୋତେ ଟାର୍ଗେଟ କରିବା ଏକ ଶସ୍ତା କଥା ଭଳି ଲାଗୁଛି। ମୁଁ ପ୍ରଶ୍ନ କରୁଥିଲି ଉତ୍ତର ଦେଉ ନଥିଲି। ଆପଣ ଶ୍ରୀ ମୋଦିଙ୍କୁ ସମାଲୋଚନା କରିବାକୁ ଚାହୁଁଛନ୍ତି, କରନ୍ତୁ। କିନ୍ତୁ ଏଥିରେ ମୋ ସାମ୍ବାଦିକତାକୁ ନେଇ ପ୍ରଶ୍ନ ଉଠାନ୍ତୁ ନାହିଁ। ଏକ ସର୍ବପୁରାତନ ରାଜନୀତିକ ଦଳର ମୁଖ୍ୟଙ୍କ ଠାରୁ ଏଭଳି କେବେ ଆଶା କରାଯାଇ ନପାରେ।”
ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧି କହିଥିଲେ “ ଆପଣମାନଙ୍କ ସମ୍ମୁଖରେ ଆସି ବସିବାକୁ ତାଙ୍କର(ମୋଦି) ସାହସ ନାହିଁ। କିନ୍ତୁ ମୁଁ ଏଠିକି ଆସୁଛି, ଆପଣମାନେ ଚାହିଁଲେ ମୋତେ ପ୍ରଶ୍ନ କରିପାରିବେ।

Share

Leave a Reply

Your email address will not be published. Required fields are marked *

fifteen − seven =