ଆଦିତ୍ୟନାଥଙ୍କୁ ହଟାଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ

ଲକ୍ଷ୍ନୌ()  ବହୁଜନ ସମାଜବାଦୀ ପାର୍ଟି(ବିଏସପି) ସୁପ୍ରିମୋ ମାୟାବତୀ ଗୁରୁବାର ରାଜ୍ୟର ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ହାଥରସ୍ ଓ ବଳରାମପୁର ମାମଲାକୁ ଦୁଃଖଦ କହିବା ସହିତ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶକୁ ସମ୍ଭାଳି ପାରୁନାହାନ୍ତି। ସେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି ଯୋଗୀ ଆଦିତ୍ୟନାଥଙ୍କୁ ହଟାଇ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରାଯାଉ। ଏତିକିରେ ଅଟକି ନଥିଲେ ମାୟାବତୀ, ଆଗକୁ ସେ ଆହୁରି କହିଛନ୍ତି- ଆରଏସଏସ୍ ଜାପରେ ବିଜେପି ଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ତ କରିଦେଲା, କିନ୍ତୁ ଏବେ ତାଙ୍କ ଦ୍ବାରା ରାଜ୍ୟଭାର ସମ୍ଭାଳୁନାହିଁ। ୟୁପିରେ ଗୁଣ୍ଡା ଓ ଦୁଷ୍କର୍ମକାରୀଙ୍କ ରାଜ୍ ରହିଛି। ଆଜି ଝିଅ-ବୋହୂମାନେ ସୁରକ୍ଷିତ ନାହାନ୍ତି। କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ଯୋଗୀ ଆଦିତ୍ୟନାଥଙ୍କୁ ପୁଣିଥରେ ମଠକୁ ପଠାଇଦେଉ।

ଲକ୍ଷ୍ନୌରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଛନ୍ତି, ହାଥରସ୍  ଘଟଣା ପରେ ବଳରାମପୁରରେ ମଧ୍ୟ ଏଭଳି ଘଟଣା ଦୋହରାଯାଇଛି। ବଳରାମପୁରରେ ଜଣେ ଦଳିତ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ  ହୋଇଥିଲା ଓ ପରେ ତାଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଥିଲା। ମାୟାବତୀ କହିଛନ୍ତି, ହାଥରସ୍ ଘଟଣା ପରେ ମୋତେ ଲାଗୁଥିଲା ବୋଧହୁଏ ୟୁପି ସରକାରଙ୍କ କିଛି ପଦକ୍ଷେପ ନେଇପାରନ୍ତି। ୟୁପିରେ ଏଭଳି ଦୁଷ୍କର୍ମକାରୀଙ୍କ ଉପରେ ଅଙ୍କୁଶ ଲଗାଇବେ ଓ ଝିଅ-ବୋହୁଙ୍କ ଇଜ୍ଜତ ବଞ୍ଚାଇବେ, କିନ୍ତୁ ଏଭଳି ହୋଇନଥିଲା।

Share

Leave a Reply

Your email address will not be published. Required fields are marked *

1 × 4 =