ବଜାରକୁ ଆସିଲା ସ୍ମାର୍ଟ ପଂଖା, ଜାଣନ୍ତୁ ଏହାର ସୁବିଧା

ବଜାରକୁ ଆସିଲା ସ୍ମାର୍ଟ ପଂଖା ବା ଫ୍ୟାନ । ଏଲ୍ଜି କମ୍ପାନୀ ଏମିତି ଏକ ପଂଖା ଲଂଚ କରିଛି ଯାହା ଇଣ୍ଟରନେଟ ସପୋର୍ଟ ସହ ଆସୁଛି। ଏହି ଫ୍ୟାନରେ ଡୁଆଲ ୱିଙ୍ଗ ବ୍ଲେଡ ଦିଆଯାଇଛି। କମ୍ପାନୀ ଅନୁସାରେ ଏହି ଫ୍ୟାନ୍ ବଡ ରରୁମ୍ରେ ସମାନ ଏୟାର ଫ୍ଲୋ ଦିଏ। ଏହାର ଦାମ ହେଉଛି ୧୬,୯୯୦ ଟଙ୍କା। ଏହି ପଂଖାରେ ଏଲଇଡି ଡିସପ୍ଲେ ମଧ୍ୟ ରହିଛି। ଏଲିଜି ଏଥିରେ ଆଡଭାନ୍ସଡ୍ ଇନଭର୍ଟର ମୋଟର ବ୍ୟବହାର କରିଛି।

ଏଲ୍ଜିର ଏହି ନୂଆ ସିଲିଂ ଫ୍ୟାନ୍ ୱାଇଫାଇ ସହ ଆସେ। ଏହି ଫ୍ୟାନ୍ର ସବୁଠୁ ବଡ ଫାଇଦା ଏହା ଯେ, ଆମାଜନ ଏଲେକ୍ସା ଓ ଗୁଗୁଲ ଆସିଷ୍ଟେଣ୍ଟଙ୍କୁ ମଧ୍ୟ ସପୋର୍ଟ କରିବାର ଅପସନ ଅଛି। ଏହା ବ୍ୟତୀତ ପଂଖାରେ (LG SmartThinQ) ଏଲଜି ସ୍ମାର୍ଟ ଥିଙ୍କର ଆପ ଦିଆଯାଇଛି। ଏହି ଆପର ୟୁଜର ଫ୍ୟାନକୁ ସ୍ମାର୍ଟଫୋନ୍ ଦ୍ବାରା ମଧ୍ୟ କଣ୍ଟ୍ରୋଲ କରିପାରିବେ।

ରାତିରେ ମଶା ସମସ୍ୟା ଯେଗୁଁ ନିଦ ନହେଉଥିଲେ ଏହି ଫ୍ୟାନ ବ୍ୟବହାର କରିବା ଉଚିତ୍। କମ୍ପାନୀ ଏଥିରେ ଖାସ କରି Mosquito Away ଟେକ୍ନଲୋଜି ଦେଇଛି। ଏହା ଦ୍ବାରା ମଶାମାନେ ରୁମ୍ରେ ପଶିବେ ନାହିଁ।

Share

Leave a Reply

Your email address will not be published. Required fields are marked *

seventeen − sixteen =