୨ ଆତଙ୍କବାଦୀ ନିହତ

କାଶ୍ମୀର()  ମଙ୍ଗଳବାର ମଧ୍ୟ ରାତ୍ରିରେ ଆତଙ୍କବାଦୀ ଏବଂ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡାଇଲା ଭାରତୀୟ ସେନା । ଆତଙ୍କବାଦୀ ଉକ୍ତ ଅଞ୍ଚଳରେ ଲୁଚି ଥିବାର ଖବର ଆସୁଛି । ସୁରକ୍ଷାବଳ ଏହି ଅଞ୍ଚଳକୁ ସମ୍ପୁର୍ଣ୍ଣ ଭାବରେ ଘେରି ରଖିଛନ୍ତି ଏବଂ ସର୍ଚ୍ଚ ଅପରେସନ୍ କୁ ମଧ୍ୟ ବଢାଇ ଦିଆଯାଇଛି ।

ଦକ୍ଷିଣ କାଶ୍ମୀରର ଗୋପାଳପୋରା-କୁଲଗ୍ରାମ୍ ରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ଆସୁଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ସୁରକ୍ଷାବଳ ଗୋପାଳପୋରା ଏବଂ କୁଲଗ୍ରାମ୍ ର ଅନେକ ଅଞ୍ଚଳକୁ ଘେରି ରଖିଛନ୍ତି । ସୁରକ୍ଷାବଳ ସବୁ ଘରର ତନାଘନା କରୁଥିବା ସମୟରେ ଆତଙ୍କବାଦୀମାନେ ଏହାର ଖବର ପାଇ ଆକ୍ରମଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

18 − fourteen =