ରୁଷକୁ ଧମକ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି

ଅଷ୍ଟମ ଦିନରେ ଚାଲିଛି ଘମାଘୋଟ ଲଢେଇ । ଯୁଦ୍ଧରେ ଛାରଖାର ହୋଇଗଲାଣି ୟୁକ୍ରେନ । ସ୍ଥିତି ଭୟାନକ । ଏଭଳି ପରିସ୍ଥିତିରେ ପୁଣି ରୁଷକୁ ଧମକ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଆମ ସୀମା ଭିତରେ ଯିଏ ପଶିବ ତାକୁ କଡା ବିରୋଧ କରାଯିବ । ଯିଏ ଆମର ଆମେ ତାକୁ କଦାପି ଛାଡିବୁନି । ଏହାସହ ଜେଲେନସ୍କି ଋଷସେନାକୁ ଚେତାବନୀ ଦେଇ କହିଛନ୍ତି କି “ତୁମ ଚମଡାରେ ଆମେ ଆମ ମାଟିକୁ ଆଚ୍ଛାଦିତ କରିବାକୁ ଚାହୁଁନାହୁଁ” ଚେର୍ନୀହାଇବ ଠାରେ ଥିବା ତେଲ ଡିପୋ ଉପରେ ମିସାଇଲ ଆକ୍ରମଣ କରାଯାଇଛି । ଫଳରେ ତେଲ ଡିପୋରେ ଭୟଙ୍କର ନିଆଁ ଦେଖିବାକୁ ମିଳିଛି । ଏଠାରୁ ନିର୍ଗତ ହେଉଥିବା ଧୂଆଁ ଫଳରେ ବହୁଦୂର ପର‌୍ୟ୍ୟନ୍ତ ଅଦୃଶ୍ୟ ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

12 + thirteen =