୧୬ ରାଉଣ୍ଡ ଗଣତି ଶେଷ, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ୍?

ବାଲେଶ୍ୱର() ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୩୭୧୩, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା ବେଣୁଧର ବାରିକ -୫୮୪ ଖଣ୍ଡ ଏବଂ ନୋଟା ୪୦୭ ଖଣ୍ଡ ଭୋଟ ପାଇଛି । ସେହିପରି ତିର୍ତ୍ତୋଲରେ ୧୫ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୫୦,୫୦୩ ଖଣ୍ଡ ଭୋଟ, ବିଜେପି ପ୍ରାର୍ଥୀ ରାଜ କିଶୋର ବେହେରା ୨୭୪୬୦ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ୧୩,୩୪୪ ଖଣ୍ଡ ଭୋଟ୍ ପାଇଛନ୍ତି । ଏବେ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୨୩,୦୪୩ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 1 =