ତିର୍ତ୍ତୋଲରେ 39 ହଜାର ଓ ବାଲେଶ୍ବରରେ 7 ହଜାର ଭୋଟରେ ବିଜେଡି ଆଗୁଆ

ଭୁବନେଶ୍ୱର() ବାଲେଶ୍ଵର ଓ ତିର୍ତ୍ତୋଲ ୨ଟି ଯାକ ଆସନ ବିଜେଡି ଦଖଲକୁ ଯିବ । ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ସ୍ପଷ୍ଟ ହୋଇଛି । ତିର୍ତ୍ତୋଲରେ 27ରୁ 25 ରାଉଣ୍ଡ ଶେଷ ସୁଦ୍ଧା ବିଜେଡି 39ହଜାର 544 ଭୋଟରେ ଆଗୁଆ ରହିଛି । ବିଜେଡି ପାର୍ଥି ବିଜୟ ଶଙ୍କର ଦାସଙ୍କୁ 82308 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ 42764 ଟି ଭୋଟ ମିଳିଛି । କଂଗ୍ରେସକୁ ମିଳିଛି 25363 । 

ସେହିପରି ବାଲେଶ୍ବରରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ 63733, ବିଜେପି ପ୍ରାର୍ଥୀ ମାନସ ଦତ୍ତାଙ୍କୁ 56369 ଓ କଂଗ୍ରେସ ପାର୍ଥି ମମତା କୁଣ୍ଡୁଙ୍କୁ 4027ଟି ଭୋଟ ମିଳିଛି । ବାଲେଶ୍ବରରେ 19 ରାଉଣ୍ଡ ଶେଷ ସୁଦ୍ଧା 7364 ଭୋଟରେ ବିଜେଡି ଆଗୁଆ ରହିଛି ।

Share

Leave a Reply

Your email address will not be published. Required fields are marked *

5 × 5 =