Friday, October 30, 2026
Latestକ୍ରୀଡା

୧୦୦ ହୋଟେଲ ଖୋଲିବାକୁ ଦୂତିଙ୍କ ଲକ୍ଷ୍ୟ

ଭୁବନେଶ୍ୱର()  ଦୌଡରାଣୀ ଦୂତି ଚାନ୍ଦ ଏବେ ବ୍ୟବସାୟ ଜଗତରେ ପାଦ ଥାପିଛନ୍ତି। ନିକଟରେ ରାଜଧାନୀ ଭୁବନେଶ୍ବରରେ ଦୁଇଟି ହୋଟେଲ ଖୋଲିଛନ୍ତି ଦୂତି। ଓଡ଼ିଶାରେ ଆସନ୍ତା ଦୁଇ ତିନି ବର୍ଷ ଭିତରେ ୧୦୦ ହୋଟେଲ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ହୋଟେଲର ନାଁ ‘ଡିଟି ଡିଲାଇଟ୍ସ’ ରଖା ଯାଇଛି। ସଂପ୍ରତି ଏହି ନାଁରେ ରାଜଧାନୀ ଭୁବନେଶ୍ବରର ଶୈଳଶ୍ରୀ ବିହାରଠାରେ ଗୋଟିଏ ହୋଟେଲ ଥିଲା ବେଳେ ଅନ୍ୟଟି ଏମ୍ସ ନିକଟରେ ଖୋଲିଛି। ୧୦ ବର୍ଷୀୟା ଲିଜ୍ ଚୁକ୍ତି ସହ ହୋଟେଲ୍ ରୁମ୍ ବୁକିଂ ଆପ୍ ‘ଓୟୋ’ ସହ ଟାଏଅପ୍ ହୋଇସାରିଛନ୍ତି ଦୁଇଟି ଯାକ ହୋଟେଲ।

ଦୂତି କହିଛନ୍ତି ଯେ ଆମ ହୋଟେଲ ଖୋଲିବାର ମାତ୍ର ଚାରି ପାଞ୍ଚ ଦିନ ପର୍ୟ୍ୟନ୍ତ ରୁମ୍ ଖାଲି ରହୁଥିଲା। ଏବେ କିନ୍ତୁ ଏହି ଅସୁବିଧା ଦୂର ହୋଇଛି। କୋଠରୀ ସଂଖ୍ୟାକୁ ବୁକିଂ ବଳି ଯାଉଛି। ଦୂତି ହୋଟେଲ ଖୋଲିବାର ମୂଳ ଲକ୍ଷ୍ୟ ହେଲା ଓଡ଼ିଶାର ବେକାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା। ଏଥିନେଇ ସେ କହିଛନ୍ତି ଯେ ସଂପ୍ରତି ମୋ ହୋଟେଲରେ ଆମ ଅଞ୍ଚଳର ୧୦ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ହୋଟେଲ ସଂଖ୍ୟା ଯେତେ ଯେତେ ବଢ଼ିବ ଏହି ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇବ। ପ୍ରାଥମିକ ଭାବେ ମୁଁ ପାଇଥିବା ପୁରସ୍କାର ରାଶିକୁ ଏହି ବ୍ୟବସାୟରେ ବିନିଯୋଗ କରିଛି।

Share

Leave a Reply

Your email address will not be published. Required fields are marked *

17 − fifteen =