ବିନା ଶ୍ରଦ୍ଧାଳୁରେ ଦୁର୍ଗାପୂଜା

କଟକ ()   କଟକରେ ଦୁର୍ଗାପୂଜାକୁ ଅନୁୁୁମତି ମିଳିଛି । ମଣ୍ଡପରେ ହୋଇପାରିବ ମା’ ଦୁର୍ଗାଙ୍କ ପୂଜା । ହେଲେ ବିନା  ଶ୍ରଧାଳୁରେ ଏହି ପୂଜା ଅନୁଷ୍ଠିତ ହେବ ।  ପୂଜା କମିଟି ଗୁଡିକ ଭିଡ ନ ଜମାଇ ପୂଜା କରି ପାରିବେ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ କଟକ ସହରର ବିଭିନ୍ନ ପୂଜା କମିଟି ସ୍ବାଗତ କରିଛନ୍ତି ।

ସୂଚନା ଅନୁସାରେ,   କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ ମଙ୍ଗଳବାର ଦିନ କହିଥିଲେ । ଚଳିତ ବର୍ଷ କୌଣସି ମଣ୍ଡପରେ ଦୁର୍ଗାପୂଜା ହେବ ନାହିଁ ବୋଲି ଜିଲ୍ଲାପାଳ କହିଥିଲେ । କଟକରେ ପୂଜା କଲେ ସହରରେ ସାମାଜିକ ଦୂରତା ରହିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଆଜି ପୁଣି ଜିଲ୍ଲାପାଳ ମଣ୍ଡପରେ ପୂଜାକୁ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

16 − five =