ବାୟୁସେନା ଆକ୍ରମଣ ନେଇ ପାକିସ୍ତାନୀ କଳାକାରଙ୍କ ପ୍ରତିକ୍ରିୟା

ପୁଲଓ୍ବାମା ଆତଙ୍କୀ ଆକ୍ରମଣରେ ଭାରତୀୟ ଜବାନ ଗତକାଲି ପାକିସ୍ତାନକୁ ଜବାବି ହମାଲା କରିଛନ୍ତି। ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ୍ ଜରିଆରେ ପାକିସ୍ତାନ ଆତଙ୍କୀ ଠିକଣାକୁ ଧ୍ବଂସ କରିଛି। କୁହାଯାଉଛି କି ଏହି ଆକ୍ରମଣରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଜବାବୀ ହମଲା ପରେ ଭାରତରେ ଉତ୍ସବର ମାହୋଲ ରହିଥିବା ବେଳେ ବଲିଉଡ଼ରୁ ଆରମ୍ଭ କରି ସାଧାରଣ ଜନତା ପର୍ୟ୍ୟନ୍ତ ସମସ୍ତେ ନିଜର ମତ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆରେ। ଏନେଇ ପଛରେ ରହିନାହାନ୍ତି ପାକିସ୍ତାନୀ କଳାକାର। ଆକ୍ରମଣ ନେଇ ନିଜର ପ୍ରତିକ୍ରିୟା ତଥା ଭାରତକୁ ଚେତାବନୀ ଦେବା ଭଳି ପୋଷ୍ଟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆସନ୍ତୁ ନଜର ପକାଇବା କଣ ପ୍ରତିକ୍ରିୟା ରଖିଛନ୍ତି ପାକୀସ୍ତାନି କଳାକାର।

ପାକିସ୍ତାନୀ କଳାକାର ଅର୍ମିନା ଖାନ୍ ଶାନ୍ତିର କଥା କହି ବଲିଉଡ୍ କଳାକାର ଯୁଦ୍ଧକୁ ସମର୍ଥନ କରିବା ନେଇ ସମାଲୋଚନା କରିଛନ୍ତି। ଏପରି ଅନେକ ପାକିସ୍ତାନୀ କଳାକାର ରହିଛନ୍ତି ଯେଉଁମାନଙ୍କର ସ୍ୱର ଭାରତ ପାଇଁ ବଦଳି ଯାଇଥିବା ଦେଖିବାକୁ ମିଳିଛି।

ମାହିରା
ରଇଜ୍’ ଫିଲ୍ମରେ ଶାହରୁଖ ଖାନ୍ଙ୍କ ସହ କାମ କରିଥିବା ପାକିସ୍ତାନୀ କଳାକାର ମାହିରା ଖାନ୍ ନିଜ ଦେଶକୁ ସମର୍ଥନ କରି କହିଛନ୍ତି, “ ଯୁଦ୍ଧଠାରୁ ଖରାପ କିଛି ନାହିଁ । ଯୁଦ୍ଧକୁ ନେଇ ଭାରତୀୟଙ୍କ ଖୁସି ଅଜ୍ଞତା ଛଡ଼ା ଆଉ କିଛି ନୁହେଁ। ”

ଅଲ୍ଲୀ ଅବ୍ବସୀ
ଅଲ୍ଲୀ ଅବ୍ବସୀ ଟ୍ୱିଟ୍ କରି କହିଛନ୍ତି, “ବାଲାକୋଟରେ ହୋଇଥିବା ଆକ୍ରମଣ ମିଛ ସର୍ଜିକାଲ୍ ଷ୍ଟ୍ରାଇକ୍ଠାରୁ କିଛି ମାତ୍ରାରେ ଠିକ୍ ଅଛି। ଏଥର ଭାରତୀୟ ବାୟୁ ସେନା ପାକ୍ ଅଧିକୃତ କଶ୍ମୀରଠାରୁ ୪ ରୁ ୬ କିଲୋମିଟର ଭିତରକୁ ଆସିଛନ୍ତି ଏବଂ ରାସ୍ତାରେ କିଛି ଜିନିଷ ଫିଙ୍ଗିଥିଲ, ଯାହାଦ୍ୱାରା ଆମର କିଛି ଗଛ ସହିଦ୍ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ପାକିସ୍ତାନକୁ କାର୍ୟ୍ୟାନୁଷ୍ଠାନ ନେବା ଦରକାର।”

ବୀଣା ମଲ୍ଲିକ
ପାକିସ୍ତାନୀ କଳାକାର ବୀଣା ମଲ୍ଲିକ ବଲିଉଡ୍ ଅଭିନେତା ଓ ଭାରତ ବିରୋଧରେ ବର୍ଷିଛନ୍ତ। ସେ ଟ୍ୱିଟର୍ରେ ଲଗାତାର ଭାରତ ବିରୋଧୀ ଷ୍ଟାଟସ୍ ଓ ଅପଡେଟ୍ କରୁଛନ୍ତି। ବାୟୁସେନା ଅଧିକାରୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ନିଜ ହେପାଜତକୁ ନେବା ପରେ ବୀଣା ଟ୍ୱିଟ୍ କରି ଲେଖିଥିଲେ, “ଅଭି ଅଭି ତୋ ଆୟେ ହୋଟ୍ଟଅଚ୍ଛି ମେହମାନ୍ ନୱାଜି ହୋଗି ଆପ୍କି।”

Share

Leave a Reply

Your email address will not be published. Required fields are marked *

17 + four =