ପୁରୀର ଉନ୍ନତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କଲେ ଧର୍ମେନ୍ଦ୍ର

ପୁରୀ() ପୁରୀରେ Transformation ଓ  promotion in tourism sector କୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପୁରୀରେ ହୋଇଥିବା ଉନ୍ନତିକୁ ଦେଖି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରି କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀର ଉନ୍ନତି ଓ ଟୁରିଜିମ ସେକ୍ଟରରେ ନିଆଯାଉଥିବା ଉନ୍ନତି ମୂଳକ ପଦକ୍ଷେପ ପୁରୀକୁ ଏକ ବିଶ୍ୱ ସ୍ତରୀୟ HERITAGE CITY ଭାବେ ପରିଗଣିତ କରିବ ।

ସୂଚନା ଅନୁସାରେ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଓଡିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ଲୋକାର୍ପଣ ହୋଇଥିବା ଚିଠାରେ କରିଡ଼ର ସୌନ୍ଦର୍ୟ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।

ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତାର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇବା ସହିତ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ ତା ଉପରେ ଏହି ପାରିପାଶ୍ୱିର୍କ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଯାତ୍ରୀ ମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ । ଯାତ୍ରୀ ମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା ଉପଯୁକ୍ତ ଆଲୋକ, ସିସି ଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ ।

Share

Leave a Reply

Your email address will not be published. Required fields are marked *

5 × four =