ନାଇଟ୍ କର୍ଫ୍ୟୁ ସମୟରେ ଏହି ସବୁ ସେବା ଗୁଡିକ କୋହଳ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ୧୦ଟି ଜିଲ୍ଲାରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ନବରଙ୍ଗପୁର, ମାଲକାନଗିରି,ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ତେବେ ଆସନ୍ତା ୫ ତାରିଖ ଅର୍ଥାତ ସୋମବାର ଠାରୁ ଏହି କଟକଣା ଲାଗିବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ ନାଇଟ୍ କର୍ଫ୍ୟୁ କଟକଣା ।

ତେବେ ନାଇଟ୍ କର୍ଫ୍ୟୁ ସମୟରେ ଡାକ୍ତର, ମେଡିକାଲ ଓ ପାରା ମେଡିକାଲ ଷ୍ଟାଫଙ୍କ କାର୍ଯ୍ୟ ଜାରି ରହିବ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବାରେ ଥିବା କର୍ମଚାରୀ ଓ ଆମ୍ବୁଲାନ୍ସ ସେବା ଜାରି ରହିବ । ପରିଚୟ ପତ୍ର ଦେଖାଇ ଆଇଟି ଷ୍ଟାଫ୍ ଯାତାୟତ କରିପାରିବେ । ବିଜୁଳି, ଅଗ୍ନିଶମ ସେବା, ଟେଲିକମ୍, ଜଳ ଯୋଗାଣ, ରେଳବାଇ, ବିମାନ ସେବା ଓ ଯାତାୟତ ସୁବିଧା ଜାରି ରହିବ ।ସେହିଭଳି ସମସ୍ତ ଶିଳ୍ପାୟନ ୟୁନିଟ୍, ନିର୍ମାଣ କାର୍ଯ୍ୟ, ମେଡିସିନ୍ ଦୋକାନ ଖୋଲା ରହିବ । ଏହା ବ୍ୟତିତ ଏୟାରପୋର୍ଟ, ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବା ଆଣିବା କରୁଥିବା ଗାଡି ଗୁଡିକୁ ମଧ୍ୟ କଟକଣା ମୁକ୍ତ ରଖା ଯାଇଛି । ହୋଟେଲ ଓ ଅଫିସ୍ ଓ କର୍ମଚାରୀଙ୍କୁ ମଧ୍ୟ ଗମନାଗମନ ପାଇଁ ଅନୁମତି ମିଳିବ । ଦାୟିତ୍ୱରେ ଥିବା ଜିଲ୍ଲା ଓ ମ୍ୟୁନିସିପାଲ, ପୋଲିସ ଓ ସରକାରୀ ଅଧିକାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିବ ।

Share

Leave a Reply

Your email address will not be published. Required fields are marked *

six + twelve =