ସ୍ପଷ୍ଟୀକରଣ ଦେଇପାରିଲେନି ଜ୍ୟୋତିପ୍ରକାଶ

ଭୁବନେଶ୍ୱର () ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସରକାରଙ୍କ ପକ୍ଷରୁ କ୍ଲିନ୍ ଚିଟ୍ ଦିଆଯିବା ପ୍ରସଙ୍ଗ ସହ ୧୭ ଦିନ ପୂର୍ବରୁ ବିଧାନସଭା ଶୀତ ଅଧିବେଶନକୁ ବନ୍ଦ କରାଯିବାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।ନଭେମ୍ଵର ୧୩ରୁ ଆରମ୍ଭ ହୋଇଥିବା ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାର ଥିଲା। ମାତ୍ର ଆଗରୁ ସରିଗଲା ଅଧିବେଶନ।

ଆଜି ଏନେଇ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀଙ୍କ ଗସ୍ତ ଓ ବିକ୍ରମ ଆରୁଖଙ୍କ ସ୍ପଷ୍ଟୀକରଣ ନେଇ ବର୍ଷିଛନ୍ତି। କଳଙ୍କ ଲାଗିବା ଭୟରେ ବିଧାନସଭା ବନ୍ଦ କରି ଦିଆଯାଇଛି ବୋଲି ସେ କଡା ଶବ୍ଦରେ ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ସରକାରଙ୍କ ଖର୍ଚ୍ଚାରେ ସଂସ୍କୃତି ଏବଂ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଦୁଇ ମହିଳା ସହଯୋଗୀଙ୍କୁ ହାଇଦ୍ରାବାଦ ବୁଲାଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପାଇଁ କେଉଁ ସଂସ୍ଥା କେଉଁ ଆକାଉଣ୍ଟରୁ ଟଙ୍କା ଦେଇଥିଲେ ତାହା ନେଇ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ ପାରିଲେନି। ବରଂ ମନ୍ତ୍ରୀଙ୍କ ବଦଳରେ ବିକ୍ରମ କେଶରୀ ଆରୁଖ ଉତ୍ତର ଦେଇଛନ୍ତି। ତେଣୁ ଏନେଇ ସରକାର ଖୁବ୍ ଶୀଘ୍ର ସ୍ପଷ୍ଟୀକରଣ ଦିଅନ୍ତୁ ନଚେତ୍ ଏଥିରେ ସାମିଲ ପ୍ରଶାସକଙ୍କ ପୋଲ୍ ଖୋଲାଯିବ ବୋଲି ସତ୍ୟ ନାୟକ କଡା ଶବ୍ଦରେ କଟାକ୍ଷ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 2 =