୫୦ ପ୍ରତିଶତ ସଂରକ୍ଷଣ ହଟାଇବାକୁ ବିଜେଡିର ଦାବି

ନୂଆଦିଲ୍ଲୀ: ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟକୁ ପ୍ରଦାନ କରୁଥିବା ସାମ୍ବିଧାନିକ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି । ଏବେ ଏହାକୁ ରାଜ୍ୟସଭାରେ ଆଗତ କରାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନର ରୂପ ନେବ । ଏହି ବିଧେୟକକୁ ସମସ୍ତ ବିରୋଧୀ ଦଳ ସମର୍ଥନ ଦେଇଛନ୍ତି । ବିଜୁ ଜନତା ଦଳ ମଧ୍ୟ ବିଧେୟକକୁ ସମର୍ଥନ ଘୋଷଣା କରିଛି । ଏହି କ୍ରମରେ ବିଜୁ ଜନତା ଦଳର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଏକ ପ୍ରତିନିଧି ଦଳ ବୁଧବାର ସକାଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ସଂସଦର ତାଙ୍କ ଚାମ୍ବରରେ ଭେଟିଛନ୍ତି । ପ୍ରତିନିଧ ଦଳ ଓବିସି ସଂରକ୍ଷଣ ଏବଂ ଜାତିଭିତ୍ତିକ ଜନଗଣନା ସଂପର୍କରେ ଏକ ଦାବିପତ୍ର ଶାହାଙ୍କୁ ପ୍ରଦାନ କରିଛନ୍ତି ।

ବିଜେଡି ନିଜ ଦାବି ପତ୍ରରେ ଉଲ୍ଲେଖ କରିଛି ଯେ, ରାଜ୍ୟର ସଶକ୍ତିକରଣ ପାଇଁ ଏକ କେନ୍ଦ୍ରୀୟ ଆଇନ ତିଆରି କରାଯାଇ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ କରାଯାଉ । ଏଥିସହ ଏସଇବିସି/ଓବିସିର ଚିହ୍ନଟ ଓ ଗଣନା ପାଇଁ ଜାତିଭିତ୍ତିକ ଜନଗଣନା କରାଯାଉ । ଗୃହ ମନ୍ତ୍ରୀ ଅମିତ୍ ଶାହା ଓଡିଶା ବିଜେଡି ସାଂସଦଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି । ଅମିତ୍ ଶାହା ଏସଇବିସି/ଓବିସି ପାଇଁ ଜାତିଭିତ୍ତିକ ଜନଗଣନା ପାଇଁ ସଂରକ୍ଷଣ ସୀମାକୁ ୫୦ ପ୍ରତିଶତରୁ ଅଧିକ ବଢାଯିବା ବିଜେଡି ସାଂସଦଙ୍କ ଏହି ପ୍ରସ୍ତାବକୁ ପ୍ରଶଂସା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =