କଂଗ୍ରେସର ଫ୍ଲପ ଶୋ

ଏକଜିଟ ପୋଲ ଫଳାଫଳରେ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସରକାର ଗଠନ କରିବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଭୋଟ ଗଣତିର ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଏନଡିଏ ସରକାର ଗଠନ କରିବାକୁ ନିକଟତର ହେଉଛି । କିନ୍ତୁ ରାଜନୈତିକ ବିଶ୍ଳେଷକଙ୍କ ଆକଳନ ଅନୁଯାୟୀ କଂଗ୍ରେସର ଫ୍ଲପ ଶୋ (ଖରାପ ପ୍ରଦର୍ଶନ) ହିଁ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମୁଖ୍ୟମନ୍ତ୍ରୀ ହେବା ପଥରେ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲା । କଂଗ୍ରେସକୁ ଅଧିକ ଆସନ ନ ଛାଡ଼ି ଯଦି କିଛି ଆସନରେ ଆରଜେଡି ଲଢ଼ିଥାନ୍ତା ତେବେ ଫଳ ଭିନ୍ନ ହୋଇଥାନ୍ତା । ଆରଜେଡି, କଂଗ୍ରେସ ଓ ବାମଦଳକୁ ନେଇ ଗଠିତ ମହାମେଣ୍ଟ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଆରେଜଡି ୧୪୪, କଂଗ୍ରେସ ୭୦ ଓ ବାମଦଳ ୧୯ଟି ଆସନରେ ଲଢ଼ିଥିଲେ । କଂଗ୍ରେସକୁ ବାଦ ଦେଲେ ବିଜେପି, ଜେଡିୟୁ ଓ ଆରଜେଡି ଏପରିକି ବାମଦଳ ମଧ୍ୟ ଭଲ ପ୍ରଦର୍ଶନ କରିଥିବା ଟ୍ରେଣ୍ଡରୁ ଜଣାପଡ଼ୁଛି । କିନ୍ତୁ କଂଗ୍ରେସ ଖରାପ ପ୍ରଦର୍ଶନ କରିଛି । ଫଳରେ ଦଳ ଚତୁର୍ଥ ସ୍ଥାନକୁ ଖସିଛି । ସେଥିପାଇଁ କିଛି ନେତାଙ୍କ କହିବାନୁଯାୟୀ କଂଗ୍ରେସକୁ ଆରଜେଡି ଏତେ ଆସନ ଛାଡ଼ିବାର ନଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧି ବିହାରରେ ନିର୍ବାଚନ ର୍ୟାଲି କରିଥିଲେ । କିନ୍ତୁ ତାହା ତେଜସ୍ୱୀଙ୍କ ବିଶାଳ ରାଲି ଭଳି ହୋଇନଥିଲା । ଅନ୍ୟ ପକ୍ଷରେ କଂଗ୍ରେସର ରାଜ୍ୟସଭା ସଦସ୍ୟ ନାସିର ହୁସେନ କହିଛନ୍ତି ଦଳ ଯେଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ରାହୁଲ ଚେଷ୍ଟା କରିଥିଲେ । କିନ୍ତୁ ରାଜ୍ୟରେ ଦଳକୁ ସେଭଳି ସଫଳତା ମିଳିନଥିବା ସେ ସ୍ୱୀକାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − eleven =