ଓଡିଶାବାସୀଙ୍କୁ ଅପମାନିତ କରିବାକୁ ଲେଖାଶ୍ରୀଙ୍କ ଚକ୍ରାନ୍ତ

ଭୁବନେଶ୍ବର () ବାରମ୍ବାର ଓଡ଼ିଶାର ବିକାଶ ଓ ସ୍ବତନ୍ତ୍ରତା କଥା କହୁଛନ୍ତି । ହେଲେ ଆତ୍ମଗର୍ବ ଓ ଅହଂକାରରେ ଜର୍ଜରିତ ରାଜ୍ୟ ବିଜେପି ନେତାମାନେ କିନ୍ତୁ ଓଡିଶାର ମାନ ମର୍ଜାଦାକୁ ବାରମ୍ବାର ପାଦରେ ଦଳି ଚକଟି ଚାଲିଛନ୍ତି । କେତେବେଳେ ଓଡିଶା ପୋଲିସକୁ ପାକିସ୍ତାନ ସହ ତ କେତେବେଳେ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀ କୋଲକତାରେ ବୋଲି କହୁଛନ୍ତି । ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀଙ୍କ ମତରେ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ କ୍ଷୁର୍ଣ୍ଣ କରିବାକୁ ସୁଚିନ୍ତିତ ଷଢଯନ୍ତ୍ର ହେଉଛି ।

ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓଡିଶା ପୋଲିସକୁ ପାକିସ୍ତାନ ସହ ତୁଳନା କରି ବିବାଦୀୟ ହୋଇଥିଲେ । ଏନେଇ ସେ କ୍ଷମା ପ୍ରାର୍ଥନା କରିବା ପରିବର୍ତ୍ତେ ନିଜେ କହିଥିବା ଉକ୍ତିର ଯଥାର୍ଥତା ନେଇ ବିତଣ୍ଡା ଯୁକ୍ତି ବାଢିଥିଲେ । ଏବେ ସେହି ବିଜେପିର ତଥାକଥିତ କୁହାଳିଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିଶ୍ବ ଦରବାରରେ ପୁରୀ ଓ ଶ୍ରୀଜଗନ୍ନାଥ କ୍ଷେତ୍ରକୁ ଅପମାନିତ କରିଛନ୍ତି ।

ଏକ ସଭାରେ ସେ ପୁରୀ କୋଲକତାରେ ଲୋକେ ଭାବୁଥିଲେ ବୋଲି କହିଥିଲେ । ୨୦୧୯ରେ ସମ୍ବିତ ପାତ୍ର ପୁରୀ ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହେବା ପରେ କୁଆଡେ ଲୋକେ ଜାଣିଲେ ଯେ, ପୁରୀ ଓଡିଶାରେ ବୋଲି । ନହେଲେ ତା ପୂର୍ବରୁ ପୁରୀ କୋଲକତାରେ ବୋଲି ଲୋକେ ଭାବୁଥିଲେ । ଏପରିକି କୋଲକତା ଏକ ରାଜ୍ୟ ବୋଲି ମଧ୍ୟ କୁଆଡେ ଲୋକେ ଭାବୁଥିଲେ । ଏଭଳି କହି ଲେଖାଶ୍ରୀ କେବଳ ଓଡିଶାବାସୀ କି ଦେଶବାସୀଙ୍କ ସମାଲୋଚନା କରିନାହାଁନ୍ତି ବରଂ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ମଧ୍ୟ ଅପମାନିତ କରିଛନ୍ତି । ଏହି ପ୍ରସଙ୍ଗରେ ନିଜ ଭୁଲ ସ୍ବୀକାର କରିବା ପରିବର୍ତ୍ତେ ପାଲଟା ଯୁକ୍ତି ବାଢୁଛନ୍ତି । ପୁରୀ ସଂପର୍କରେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋିଛି । 

Share

Leave a Reply

Your email address will not be published. Required fields are marked *

13 + 14 =