ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବିପ୍ଲବ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଇସ୍ତଫା ଦେବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଦଳର ନିଷ୍ପତ୍ତି ତାଙ୍କ ପାଇଁ ସର୍ବୋପରି। ସେ ହାଇ କମାଣ୍ଡର ନିର୍ଦ୍ଦେଶରେ ନିଜ ପଦ ଛାଡିଛନ୍ତି। ତେବେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ପ୍ରଶ୍ନ ଉପରେ ସେ କୌଣସି ଉତ୍ତର ଦେଇନାହାଁନ୍ତି।

ବିପ୍ଲବ ଦେବଙ୍କ ଉପରେ ରାଜ୍ୟ ବିଜେପିର କିଛି ନେତା ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଛି । ଦୁଇ ଜଣ ବିଧାୟକ ମଧ୍ୟ ଦଳ ଛାଡିଥିଲେ। ବିଧାନସଭା ନିର୍ବାଚନର ରଣନୀତିକୁ ନେଇ ବିଜେପି କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୁଜୁରାଟ ଭଳି ତ୍ରିପୁରା ବିଜେପିରେ କ୍ୟାବିନେଟ ଠାରୁ ଆରମ୍ଭ ସାଂଗଠନିକ ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇପାରେ। ଇସ୍ତଫା ପରେ ସେ ସଂଗଠନର ଯେକୌଣସି ପଦ ଗ୍ରହଣ କରିବେ ବୋଲି ବିପ୍ଲବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen − six =