୯ ଜିଲ୍ଲାରେ ସ୍ୱଚ୍ଛତା ମିଶନ ଶତ ପ୍ରତିଶତ ସଫଳ

ଭୁବନେଶ୍ୱର()   ରାଜ୍ୟରେ ସ୍ୱଚ୍ଛତା ଓ ପରିମଳର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଆରମ୍ଭ କରାଯାଇଥିବା ‘ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା’ ମିଶନ କାର୍ଯ୍ୟାନ୍ତ୍ରୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତ୍ତମାନ ସୁଦ୍ଧା ୯ ଜିଲ୍ଲାରେ ୧୦୦% ପାଇଖାନା ନିର୍ମାଣ ସରିଛି । ୪ଟି ଜିଲ୍ଲାରେ ହାରାହାରି ୯୦%ରୁ ୯୬% ପର୍ଯ୍ୟନ୍ତ ଲକ୍ଷ୍ୟହାସଲ ହୋଇଛି । ୧୦ ଜିଲ୍ଲାରେ ହାରାହାରି ୮୪%ରୁ ଅଧିକ ପାଇଖାନା ନିର୍ମାଣ ସରିଛି ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏବଂ କେନ୍ଦ୍ରୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଶାସନ ସଚିବ ପରମେଶ୍ୱରନ ଆୟାରଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁÂିତ ସମୀକ୍ଷାରୁ ଏହା ଜଣାପଡିଛି । ଜିଲ୍ଲାୱାରୀ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନିମନ୍ତେ ପ୍ରତି ଜିଲ୍ଲା ପାଇଁ ସମୟସୀମା ନିର୍ଦ୍ଧାରଣ କରିଥିଲେ । ଜୁଲାଇ ୩୧ରୁ ଅଗଷ୍ଟ ମାସ ଶେଷସୁଦ୍ଧା ୧୦୦%ଲକ୍ଷ୍ୟ ହାସଲ ପାଇଁ ବିଭିନ୍ନ ଜିଲ୍ଲାମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ । ରାଜ୍ୟ ସଚିବାଳୟ ଠାରେ ଅନୁÂିତ ଏହି ଭିଡିଓ କନଫେରେନସିଂ ବୈଠକରେ ପଂଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ ତାଲିକା ଅନ୍ତର୍ଭୁକ୍ତ ଉଭୟ ପୁରୁଣା ଏବଂ ନୂଆ ପରିବାର ମାନଙ୍କୁ ଏହି ଅଭିଯାନରେ ସାମିଲ କରିବା ସମ୍ବନ୍ଧୀୟ ଆର୍ଥିକ ଓ ପ୍ରଶାସନିକ ବିଷୟ ଉପସ୍ଥାପନ କରିଥିଲେ । ମିଶନ ନିଦେ୍ର୍ଧଶକ ରୂପ ମିଶ୍ର ବିଭିନ୍ନ ଜିଲ୍ଲାର ସଦ୍ୟତନ ତଥ୍ୟ ଏବଂ କାର୍ଯ୍ୟାନ୍ତ୍ରୟନ ପ୍ରକି୍ରୟା ବିଷୟ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର, ଦେବଗଡ, ଝାରସୁଗୁଡା, କନ୍ଧମାଳ, ସମ୍ବଲପୁର, ଢେଙ୍କାନାଳ, ସୋନପୁର, ଗଂଜାମ ଏବଂ ଗଜପତି ଆଦି ୯ଟି ଜିଲ୍ଲାରେ ତାଲିକା ଅନ୍ତର୍ଭୁକ୍ତ ୧୦୦% ପରିବାରରେ ନିର୍ମାଣ ସରିଛି । ସୁନ୍ଦରଗଡ, ରାୟଗଡା, ବଲାଙ୍ଗିର ଏବଂ ଜଗତସିଂପୁର ଆଦି ୪ ଜିଲ୍ଲାରେ ହାରାହାରି ୯୩% ଭାଗ ପାଇଖାନା ପୂର୍ଣ୍ଣାଙ୍ଗ ହୋଇଛି । ବରଗଡ, ଖୋର୍ଦ୍ଧା, ଅନୁଗୋଳ, କଟକ ବୌଦ୍ଧ. ନବରଙ୍ଗପୁର , ନୂଆପଡା, ପୁରୀ . କୋରାପୁଟ ଓ ଯାଜପୁର ଆଦି ଜିଲ୍ଲାରେ ହାରାହରି ୮୪% ଭାଗ ପାଇଖାନା ନିର୍ମାଣ ହୋଇଛି । ଅନ୍ୟ ଜିଲ୍ଲାମାନଙ୍କରେ ପ୍ରାୟ ୭୨% ଲକ୍ଷ୍ୟ ହାସଲ ହୋଇଛି । ଏହିସବୁ ଜିଲ୍ଲାରେ ଜୁଲାଇ ୩୧ରୁ ଅଗଷ୍ଟ ୩୧ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ୧୦୦% ହିତାଧିକାରୀ ପରିବାରମାନଙ୍କର ପାଇଖାନା ନିର୍ମାଣ ପୂର୍ଣ୍ଣଙ୍ଗ କରିବା ପାଇଁ ବୌଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

20 − seven =