ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦିଅ

ଭୁବନେଶ୍ୱର() ବାଲିଯାତ୍ରାକୁ ଜାତୀୟ ପର୍ବ ମାନ୍ୟତା ଦେବା ପାଇଁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ପତ୍ର ଲେଖଇଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ: ବାଲିଯାତ୍ରା ବା ବୋଇତ ବନ୍ଦାଣ ଉତ୍ସବ ବହୁ ଦିନରୁ କଟକରେ ପାଳନ ହୋଇଆସୁଛି । ଓଡ଼ିଆ ସାଧବ ପୁଅଙ୍କ ସାମୁଦ୍ରିକ ଯାତ୍ରାକୁ ମନେପକାଇବା ପାଇଁ ଏହି ଉତ୍ସବକୁ ପାଳନ କରାଯାଉଛି । ଓଡ଼ିଆ ସାଧବ ପୁଅମାନେ ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଯାଇ ସେଠାରେ ଉଭୟ ବେପାର ଓ ସଂସ୍କୃତିର ଆଦାନପ୍ରଦାନ କରୁଥିଲେ ।

ଓଡିଶା ନୌବାଣିଜ୍ୟ କାରବାରର ପ୍ରତୀକ ହେଉଛି ବାଲିଯାତ୍ରା । ବାଲିଯାତ୍ରା ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ । ତେଣୁ ଏହି ଉତ୍ସବକୁ ନ୍ୟାସନାଲ ମେରିଟାଇମ ହେରିଟେଜ ଫେଷ୍ଟିଭାଲର ମାନ୍ୟତା ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =