ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର, ମେ 3: ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସମାଜର ସବୁ ବର୍ଗର ମନ ଜିଣିବାରେ ଲାଗିଛି ଏହି ସଚେତନତାପୂର୍ଣ୍ଣ ଭିଡିଓ ।

କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ଭାବେ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସୋଆ କିପରି ନିସ୍ଵାର୍ଥପର କାର୍ଯ୍ୟ କରୁଛି ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି ।

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ‘ଘରେ ରୁହନ୍ତୁ’, ‘ନିୟମିତ ହାତ ଧୁଅନ୍ତୁ’, ‘ସାମାଜିକ ଦୂରତା ରଖନ୍ତୁ’ ଭଳି ସଚେତନତା ବାର୍ତା ଏହି ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲକଡାଉନ ଗାଇଡ଼ଲାଇନ ର ପାଳନ କରିବା ନେଇ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ସଚେତନତା ସୃଷ୍ଟି କରା ଯାଇଛି।

ଭିଡିଓର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବାର୍ତା ହେଉଛି, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଖୁବ ଶୀଘ୍ର ଆମେ ସମସ୍ତେ ଏହି ମହାମାରୀ କବଳରୁ ମୁକ୍ତି ପାଇବୁ ।

Share

Leave a Reply

Your email address will not be published. Required fields are marked *

four × one =