ରଥଖଳାରେ ହାତାହାତି ହେଲେ ସେବାୟତ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତେବେ ଏହାରି ଭିତରେ ଆସିଛି ଏକ ଅଭାବନୀୟ ଦୃଶ୍ୟ । ରଥଖଳାରେ ଦୁଇ ବିଶ୍ୱକର୍ମା ସେବାୟତ ହାତାହାତି ହୋଇଥିବାର ଦୃଶ୍ୟ ନଜରକୁ ଆସିଛି । ନନ୍ଦିଘାଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଏବଂ ସହଯୋଗୀ ମହାରଣା ରମେଶ ମହାପାତ୍ରଙ୍କ ମଧ୍ୟରେ ହାତାହାତି ହୋଇଥିବାର ଦୃଶ୍ୟ ନଜରକୁ ଆସିଛି । ତେବେ ସେମାନେ କେଉଁ କାରଣରୁ ହାତାହାତି ହୋଇଥିଲେ ତାହା ସ୍ପଷ୍ଠ ହୋଇନାହିଁ । ସେପଟେ ସମାଧାନ ହେବା ପରେ ପୁନର୍ବାର ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ । ତେବେ ଅଧଘଣ୍ଟା ଲାଗି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା ।

Share

Leave a Reply

Your email address will not be published. Required fields are marked *

4 × 3 =