ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ଜଣାଇଲେ କେରଳର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟିକାକୁ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିରେ ସମର୍ଥନ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଆଜି ସେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେଉ ବୋଲି ଦାବି ଜଣାଇଥିଲେ ନବୀନ । ଏହାସହ ଟିକାଦାନ ନିଷ୍ପତି ରାଜ୍ୟ ସରକାରମାନେ ନିଅନ୍ତୁ ବୋଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଥିଲେ । ଯାହାକୁ ଆଜି ସମର୍ଥନ କରି ଚିଠି ଲେଖିଛନ୍ତି ପିନାରାଇ ବିଜୟନ ।

ଟିକାକରଣକୁ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଏକ ହୋଇ କେନ୍ଦ୍ର ନିକଟରେ ଦାବି ଜଣାଇବାକୁ ନବୀନ ନିର୍ଦ୍ଦେଶ ଦେଇଥିଲେ । ଏପରିକି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ନିଜେ କଥା ହୋଇଥିଲେ ନବୀନ । ସେପଟେ ମୁଖ୍ୟମନ୍ତ୍ରୀମାନେ ଏକ ହୋଇ ଦାବି ଜଣାଇବା ନେଇ ଚିଠି ମଧ୍ୟ ଲେଖିଥିଲେ ନବୀନ । ଏବେ ନବୀନଙ୍କ ଦାବିରେ ସ୍ୱର ମିଳାଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ଦେଶ କରୋନା ମହାମାରୀ ବିରୋଧରେ ଲଢୁଥିବାବେଳେ ଓଡିଶା ସହିତ ମିଶି ମୁକାବିଲା କରିବା ପାଇଁ ସେ ଇଚ୍ଛୁକ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 12 =