ଗମ୍ଭୀର ରୋଗର ମୂଳ ଆଳୁ ଜାଣନ୍ତୁ…

ସାଧାରଣତଃ ସମସ୍ତେ ନିଜ ଖାଦ୍ୟରେ ଆଳୁକୁ ସାମିଲ କରନ୍ତି। ତରକାରୀରେ ଆଳୁ ନପଡିଥିଲେ ତାର କୌଣସି ମୂଲ୍ୟ ରହିନଥାଏ। ଏମିତି କୌଣସି ଡିସ ନାହିଁ ଯେଉଁଥିରେ ଆଳୁ ପଡେ ନାହିଁ। ଆଳୁ ବିନା ତରକାରୀ ଅଧୁରା ରହିଯାଇଥାଏ। କିନ୍ତୁ ଯେଉଁ ଲୋକ ନିଜ ଡାଇଟକୁ ନେଇ ଚିନ୍ତିତ ରହୁଛନ୍ତି, ସେମାନେ ଆଳୁ ଖାଇବାରେ ଭୟ କରିଥାନ୍ତି। ଓଜନ କମ୍ କରିବାକୁ ଚାହୁଁଥିଲେ ଆଳୁ ଠାରୁ ଦୂରେଇ ରହିବା ଆବଶ୍ୟକ। ଏହା ସହିତ ମଧୁମେହରେ ଆକ୍ରାନ୍ତ ଅଛନ୍ତି ସେମାନେ ଆଳୁ ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ସେହିଭଳି ଅଧିକାଂଶ ଲୋକ ଆଳୁକୁ ଡିପ୍ ଫ୍ରାଏ କରି ଖାଇଥାନ୍ତି। କିନ୍ତୁ ତାହା ସ୍ବାସ୍ଥ୍ୟ ପାଇଁ ଅଦୌ ଭଲ ହୋଇନଥାଏ।
ଆଳୁ ଅଧିକ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ବଢ଼ି ଯାଇଥାଏ। ସ୍ବତନ୍ତ୍ର ଭାବରେ ଯେଉଁମାନେ ପୂର୍ବରୁ ଗ୍ୟାସ ସମସ୍ୟାରେ ପିଡିତ ଅଛନ୍ତି, ତାଙ୍କର ପୂର୍ବ ଠାରୁ ଅଧିକ ବଢ଼ିଯାଇଥାଏ। ଗ୍ୟାସ ସମସ୍ୟା ଥିଲେ ଆଳୁ ଖାଇବା କମ୍ କରନ୍ତୁ। ନିୟମିତ ଆଳୁ ଖାଇବା ଦ୍ବାରା ଗ୍ୟାସ ସମସ୍ୟା ଦେଖାଦେଇଥାଏ।
ଯଦି ଆପଣ ମଧୁମେହ ରୋଗରେ ଆକ୍ରାନ୍ତ,ତେବେ ଆଳୁ ଠାରୁ ଦୂରେଇ ରୁହନ୍ତୁ। ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ଆଳୁର ବ୍ୟବହାର କମ୍ କରନ୍ତୁ। ଆଳୁରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ। ଏହା ଶରୀରରେ ଗ୍ଲୁକୋଜର ମାତ୍ରାକୁ ବଢ଼ାଇଥାଏ। ଶରୀରରେ ସୁଗାରର ସ୍ତରକୁ ନିୟମନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ଆଳୁର ସେବନ କରିବା ଉଚିତ ନୁହେଁ।
ଅଧିକ ଆଳୁ ଖାଇବା ରକ୍ତ ଚାପ ପାଇଁ ଠିକ ନୁହେଁ। ଏହା ଦ୍ବାରା ଉଚ୍ଚ ରକ୍ତଚାପ ହେବାର ଭୟ ରହିଥାଏ। ରିସର୍ଚ୍ଚ ଅନୁଯାୟୀ ସପ୍ତାହରେ ଚାରିଟି କିମ୍ବା ଏହା ଠାରୁ ଅଧିକ ଆଳୁ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପର ଭୟ ବଢ଼ିଯାଇଥାଏ। ଆପଣ ଯଦି ଉଚ୍ଚ ରକ୍ତଚାପର ସମସ୍ୟା ଠାରୁ ରକ୍ଷା ପାଇବାକୁ ଚାହୁଁଥିଲେ ଆଳୁ ସେବନ କରନ୍ତୁ ନାହିଁ କିମ୍ବା କମ୍ କରନ୍ତୁ।
ଓଜନକୁ କମ୍ ରଖିବା ପାଇଁ ଆପଣ ଜିମ ଯାଉଛନ୍ତି। ଏହା ସହିତ ଆପଣ ଆଳୁ ଚିପ୍ସ, ଫ୍ରେନଚ ଫ୍ରାଇଜ୍, ଆଳୁର ତରକାରୀ ମଧ୍ୟ ଖାଉଛନ୍ତି, ତେବେ ଆପଣଙ୍କ ଓଜନ କମ୍ ହେବ ନାହିଁ। ଏହା ସେହି ଲୋକ ମାନଙ୍କ ପାଇଁ ଏହା ବହୁତ ଭଲ ହୋଇଥାଏ ଯେଉଁମାନେ ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି। ଯଦି ଆପଣ ପତଳା ହେବାକୁ ଚାହୁଁଛନ୍ତି କିମ୍ବା ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଆଳୁ ଆପଣଙ୍କୁ ଫାଇଦା ଯାଗାରେ କ୍ଷତି ପହଁଚାଇଥାଏ। ଆଳୁକୁ ଅଧିକ ଖାଇବା ଦ୍ବାରା ଏହା ଫ୍ୟାଟ ଏବଂ କ୍ୟାଲୋରୀ ବଢ଼ାଇଥାଏ।

Share

Leave a Reply

Your email address will not be published. Required fields are marked *

ten + seventeen =