ଚିକେନକୁ ଧୋଇବା ବିପଦ, କାରଣ ପଢନ୍ତୁ

ଅଧିକାଂଶ ଲୋକ ରୋଷେଇ କରିବା ପୂର୍ବୁରୁ ଚିକେନ୍କୁ ଧୋଇ ଥାଆନ୍ତି । ପରେ ଏଥିରେ ତେଲ ମସଲା କିମ୍ବା ଲୁଣ ହଲଦୀ ଗୋଳାଇ ଥାଆନ୍ତି । ମାତ୍ର ଚିକେନ୍କୁ ଧୋଇବା ସମୟରେ ଆପଣ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । କାରଣ ଏହା ଅନେକ ରୋଗର କାରଣ ହୋଇପାରେ । ଆମେରିକାର ଡକ୍ଟର ଆସୋସିଏସିଏନ୍ ଏଥିପାଇଁ ସତର୍କ ସୂଚନା ଜାରି କରିଛନ୍ତି । ଖାଲି ହାତରେ ଚିକେନ୍ ଧୋଇଲେ ଅନେକ ରୋଗର କାରଣ ହୋଇପାରେ ।

ଖାଲି ହାତରେ ଚିକେନ୍ ଧୋଇଲେ ଅନେକ ଜୀବାଣୁ ହାତରେ ଲାଗିଥାଆନ୍ତି। ଏପରିକି ବାସନ ଧୋଉଥିବା ସ୍ଥାନରେ ବି ଚିକେନ୍କୁ ଧୋଇବା କଥା ନୁହେଁ କାରଣ ସେଥିରେ ଥିବା ଭୂତାଣୁ ଓଜୀବାଣୁ ବି ବାସନ କୁସନକୁ ଯାଇ ଥାଆନ୍ତି । ଏଥିପାଇଁ ଅନେକ ପ୍ରକାର ପେଟ ରୋଗ ହୋଇଥାଏ । ଚିକେନ୍ ଧୋଇବା ପରେ ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ୱାଶରେ ହାତ ସଫା କରନ୍ତୁ ।

ଚିକେନ୍ରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଅଛନ୍ତି । ଏଥିରେ କାମ୍ପିଲୋବାକ୍ଟର ନାମକ ବ୍ୟାକ୍ଟେରିଆ ରହିଛି ।ଏହା ଯୋଗୁଁ ଡାଇରିଆ ହୋଇଥାଏ ।
ଚିକେନ୍ରେ ସାଲମୋନେଲା, କ୍ଲୋଷ୍ଟ୍ରିଡିୟମ ଫ୍ରେଞ୍ଜିନସ୍ ନାମକ ବ୍ୟାକ୍ଟେରିଆ ରହିଛି। ମାତ୍ର ସବୁଠାରୁ ଭଲ କଥା ହେଉଛି ଚିକେନ୍କୁ ରାନ୍ଧିବା ବେଳେ ଏ ସବୁ ବ୍ୟାକ୍ଟେରିଆ ମରିଯାଆନ୍ତି। ୭୫ ଡିଗ୍ରୀ ସେଲସିୟସ ବା ୧୬୫ ଫାରେନ୍ହାଇଟ୍ରେ ଏହାକୁ ରାନ୍ଧିଲେ ସମସ୍ତ ଜୀବାଣୁ ବି ମରିଯାଇ ଥାଆନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + ten =