ଆଉ ଜଣେ ଅଭିନେତ୍ରୀଙ୍କ ଜୀବନ ନେଲା କରୋନା

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ ପ୍ରତିଭାଙ୍କ ଜୀବନ ନେବାରେ ଲାଗିଛି କରୋନା ।ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନା କାରଣରୁ ପରଲୋକ ହୋଇଯାଇଛି । ଗତ କିଛି ଦିନ ପୂର୍ବରୁ ଶ୍ରୀପ୍ରଦା କରୋନା ସଂକ୍ରମିତ ହୋଇଥିଲେ । ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଦୁଃଖିତ ହୋଇଛନ୍ତି ।ଶ୍ରୀପ୍ରଦା ବହୁ ବର୍ଷ ଧରି ବଲିଉଡରେ କାମ କରିଥିଲେ ଯାହାକୁ ବହୁ ପ୍ରଶଂସା କରାଯାଇଥିଲା |ସେ ପ୍ରାୟ ୬୮ ଟି ଚଳଚ୍ଚିତ୍ର କରିସାରିଛନ୍ତି। ‘ସେ ଦକ୍ଷିଣ ସହିତ ହିନ୍ଦୀ ସିନେମାରେ ବହୁତ ଭଲ କାମ କରିଥିଲେ।

ଶ୍ରୀପ୍ରଦା ୧୯୭୮ ରେ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ | ସେ ‘ପୁରାଣ ପୁର’, ବିନୋଦ ଖାନ୍ନାଙ୍କ ଅଭିନୀତ ‘ଧର୍ମ ସଙ୍କଟ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୮୦ ଏବଂ ୯୦ ଦଶକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରୀପଦା ‘ଆଗ କେ ଶୋଲେ’, ‘ଖୁନ୍ କି ପ୍ୟାସି’, ‘ବେୱଫା ସନମ୍’, ‘ଟାଇମ୍ କି ସ୍ପିଡ୍’ ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି ।

ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (ସିନଟା) ର ସାଧାରଣ ସମ୍ପାଦକ ଅମିତ ବହଲ ଶ୍ରୀପ୍ରଦାଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି ।ସେ କହିଛନ୍ତି, କୋଭିଡର ଦ୍ୱିତୀୟ ଲହର ଶ୍ରୀପଦାଙ୍କ ଉପରେ ଭାରି ପଡିଥିଲା । ସେ ଆହୁରି କହିଛନ୍ତି ତାଙ୍କ କ୍ୟାରିଅରରେ ଶ୍ରୀପ୍ରଦା ପ୍ରାୟ ୭୦ ଟି ଚଳଚ୍ଚିତ୍ରରେ କାମ କରିଥିଲେ । ହିନ୍ଦୀ ବ୍ୟତୀତ ସେ ଶ୍ରୀପଦାରୁ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଶ୍ରୀପ୍ରଦା ୧୮୮୯ ସୁପରଷ୍ଟାର ଧର୍ମେନ୍ଦ୍ର ଏବଂ ସ୍ୱର୍ଗତ ବିନୋଦ ଖାନ୍ନାଙ୍କ ଚଳଚ୍ଚିତ୍ର ବଟଓ୍ୱାରାରେ ମଧ୍ୟ କାମ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 + two =