କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ

ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି ଟଙ୍କା ଦିଆଯାଇଛି । ସେହିପରି ପୁରୀକୁ ୨କୋଟି ଓ ସୁବର୍ଣ୍ଣପୁରକୁ ୧ କୋଟି ଟଙ୍କା ଦିଆଯାଇଛି । ଏ ସମସ୍ତ ଟଙ୍କା ସିଏମଆରଏଫ ପାଣ୍ଠିରୁ ଦିଆଯାଇଛି ।ତେବେ ପୂର୍ବରୁ ସୁବର୍ଣ୍ଣପୁରକୁ ୨ କୋଟି ୫୦ ଲକ୍ଷ ଦିଆଯାଇଥିବା ବେଳେ ଏବେ ଆଉ ୧ କୋଟି ଘୋଷଣା ହୋଇଛି । ପୁରୀ ଜିଲ୍ଲା ପାଇଁ ମଧ୍ୟ ପୂର୍ବରୁ ୧୪,୫୯,୭୪,୪୦୮ ଟଙ୍କା ଘୋଷଣା ହୋଇଥିବା ସମୟରେ ଏବେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହାକୁ ମିଶାଇ ପୁରୀକୁ ମୋଟ ୧୬,୫୯,୭୪,୪୦୮ ଟଙ୍କା ଦିଆଯିବ । ସେହିପରି ସମ୍ବଲପୁର ପାଇଁ ପୂର୍ବରୁ ୧୧ କୋଟି ୫୦ ଲକ୍ଷ ଘୋଷଣା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

4 × four =