ପାକିସ୍ତାନରେ ରିଲିଜ୍ ହେବ ନାହିଁ ‘ଟୋଟଲ୍ ଧମାଲ’

ପାକ୍ ବିରୋଧରେ ଅଜୟ ନେଲେ ବଡ଼ ନିଷ୍ପତ୍ତି ।ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଭାରତ ଗୋଟିଏ ପରେ ଗୋଟିଏ କଡ଼ା ନିଷ୍ପତ୍ତି ନେଇ ଚାଲିଛି । ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ପାକିସ୍ତାନୀ କଳାକାରଙ୍କର ବହିଷ୍କାର କରିଦେଇଛି। ତେବେ ଏଥିମଧ୍ୟରେ ବଲିଉଡ ଅଭିନେତା ଅଜୟ ଦେବଗନ୍ ତାଙ୍କ ଅପକମିଂ ଫିଲ୍ମ ‘ଟୋଟଲ୍ ଧମାଲ’ ପାକିସ୍ତାନରେ ରିଲିଜ୍ ହେବ ନାହିଁ ବୋଲି ଘୋଷଣା କରିଦେଇଛନ୍ତି। ଅଜୟ ଦେବଗନ୍ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି।
ଅଜୟ ଦେବଗନ୍ ଏହି ଫଇସଲା ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ନେଇଛନ୍ତି। ସେ ଲେଖିଛନ୍ତି, ‘ବର୍ତ୍ତମାନର ସ୍ଥିତିକୁ ଦେଖି ‘ଟୋଟାଲ୍ ଧମାଲ୍’ର ପୂରା ଟିମ୍ ନିଷ୍ପତ୍ତି ନେଇଛି ଯେ, ଫିଲ୍ମକୁ ପାକିସ୍ତାନରେ ରିଲିଜ୍ କରାଯିବ ନାହିଁ।
ଟୋଟାଲ୍ ଧମାଲ୍ରେ ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ସୁପରଷ୍ଟାର୍ ଅଜୟ ଦେବଗନ୍। ଏହାସହ ‘ଟୋଟାଲ୍ ଧମାଲ୍’ ଜରିଆରେ ପୁଣି ଥରେ ଏକାଠି ସ୍କ୍ରିନ୍ ଶେଆର୍ କରିବେ ଅନୀଲ୍ କପୁର ଏବଂ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍। କେବଳ ଏହି ୩ ଷ୍ଟାର ନୁହନ୍ତି, ‘ଧମାଲ୍’ ଫିଲ୍ମରେ ପୂର୍ବରୁ ଧମାଲ୍ କରିଥିବା ରିତେଶ ଦେଶମୁଖ, ଅର୍ସଦ ୱାର୍ସୀ, ଜାଭେଦ୍ ଜାଫ୍ରୀ ଏବଂ ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share

Leave a Reply

Your email address will not be published. Required fields are marked *

17 + 2 =