Wednesday, August 19, 2026
ରାଜନୀତି

ପ୍ରଫୁଲ ମଲ୍ଲିକ ବରଗଡ ସହ ଦେବଗଡ, ରବି ପାଣି ଝାରସୁଗୁଡା ପର୍ଯ୍ୟବେକ୍ଷକ

ଭୁବନେଶ୍ବର () ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‍ ଦେଇ ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ଼ ଜିଲ୍ଲା ସହିତ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି । ସେହିଭଳି ପୂର୍ବତନ ସାଂସଦ ରବି ପାଣିଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସହିତ ସମ୍ବଲପୁର ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦେଇଛନ୍ତି । ଦେବାଶିଷ ମଲ୍ଲିକ ଓ ସିଦ୍ଧାର୍ଥ ଦାସଙ୍କୁ ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଏବଂ ଡ. ହରିଶ ଚୌଧୁରୀଙ୍କୁ ମୋରଡ଼ା ଓ ସାରସକଣା ବିଧାନସଭା କ୍ଷେତ୍ରର ସହ-ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − ten =