୪୫ ମିନିଟରେ ଧରି ନିଆଁ ସହିତ ଲଢ଼େଇ କଲେ ଏହି ଅଭିନେତ୍ରୀ

ବଲିଉଡ୍ ଫିଲ୍ମ ଏବଂ ଟେଲିଭିଜନରେ ନଜର ଆସିଥିବା ତନାଜ ପୁଣି ଥରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି। ତନାଜ୍ ଓ ଭକ୍ତ୍ୟାର୍ଙ୍କ ପାଇଁ ଏପ୍ରିଲ୍ ମାସର ପ୍ରଥମ ଦିନଟି ବହୁ ଖରାପ ଥିଲା। ତାଙ୍କ ଘରେ ଗତକାଲି ନିଆଁ ଲାଗିଯାଇଥିଲା। ହେଲେ ଆଶ୍ଚର୍ୟ୍ୟର କଥା ଯେ ଯେତେବେଳେ ତନାଜ୍ ସମସ୍ତଙ୍କୁ ଏ କଥା କହିଲେ ତେବେ ସମ୍ତେ ଏହାକୁ ଏପ୍ରିଲ୍ ଫୁଲ୍ କାରଣରୁ ମଜାକ ବୋଲି ଭାବିଲେ।

ତନାଜ୍ ଇଣ୍ଟର୍ଭ୍ୟୁରେ ଏହି କଥାର ଖୁଲାସା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ଓ ତାଙ୍କ ସ୍ୱାମୀ ଭକ୍ତ୍ୟାର୍ ଶୋଇଥିବା ବେଳେ ପିଲାଙ୍କ ରୁମ୍ରୁ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଚିତ୍କାର ଶୁଭିଥିଲା। ସେଠାରେ ତୁରନ୍ତ ପହଞ୍ଚି ସେମାନେ ସେଠାରେ ନିଆଁ ଲାଗିଥିବା ଦେଖି ଭୟଭୀତ ହୋଇଯାଇଥିଲେ । କାରଣ ତାଙ୍କ ସ୍ବାମୀ ଏତେ ଜଲଦି ଚିନ୍ତିତ ହେବା ବ୍ୟକ୍ତି ନୁହଁନ୍ତି।

ତନାଜ କହିଛନ୍ତି ଯେ ତାଙ୍କ ସ୍ୱାମୀ ରିୟଲ ହିରୋ ଭଳି ପୂରା ନିଆଁକୁ ସମ୍ଭାଳିଥିଲେ। ଘରେ ଥିବା କମ୍ବଳ ଓ କିଚେନ୍ ନ୍ୟାପ୍କିନ୍ ଦ୍ୱାରା ନିଆଁକୁ ଲିଭାଇବାକୁ ପଡ଼ୋଶୀମାନେ ମଧ୍ୟ ସାହାଯ୍ୟ କରିଥିଲେ। ଏହାପରେ ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ପାଖାପାଖି ୪୫ ମିନିଟ୍ ସମୟ ଲାଗିଥିଲା।

ତନାଜ କହିଛନ୍ତି ଯେ ସେ ଏସବୁ ଘଟଣା ବିଷୟରେ ଯେତେବେଳେ ପରିବାର ସଦସ୍ୟଙ୍କୁ କହିଲେ, ସେମାନେ କେହି ବିଶ୍ୱାସ କଲେ ନାହିଁ। ସମସ୍ତଙ୍କୁ ଲାଗିଲା ଯେ ତନାଜ୍ ସେମାନଙ୍କ ସହିତ ଏପ୍ରିଲ୍ ଫୁଲ୍ କରୁଛନ୍ତି। କିନ୍ତୁ ଯେତେବେଳେ ସେମାନଙ୍କୁ ଘଟଣାର ସତ୍ୟତା ବିଷୟରେ ଜଣାପଡ଼ିଲା, ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ।

Share

Leave a Reply

Your email address will not be published. Required fields are marked *

nineteen + 8 =