Friday, October 30, 2026
Latestମନୋରଞ୍ଜନ

ଶ୍ରୀଦେବୀଙ୍କ ଶେଷ ଇଛା ପୂରଣ କରିବେ ବୋନି

ସ୍ୱର୍ଗତ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବା ଜଣେ ସ୍ୱାମୀର କର୍ତ୍ତବ୍ୟ, ଏ କଥାକୁ ଆପଣ ଅସ୍ୱୀକାର କରି ପାରିବେନି। ଠିକ୍ ସେମିତି କିଛି କରିବାକୁ ଯାଉଛନ୍ତି ବୋନି କପୁର। ପତ୍ନୀ ଶ୍ରୀଦେବୀଙ୍କ ସ୍ମୃତୀରେ ବୋନି ନିର୍ମାଣ କରିବାକୁ ଯାଉଛନ୍ତି ଏକ ତାମିଲ ଫିଲ୍ମ। ଯାହାକି ଜଣେ ଭଲ ସ୍ୱାମୀ ଭାବେ ପତ୍ନୀଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଆପଣ କହିପାରନ୍ତି।
୨୦୧୮ ଫେବୃୟାରୀ ୨୪। ବିଦେଶ ଯାତ୍ରା ସମୟରେ ପାଣିରେ ବୁଡ଼ି ପ୍ରାଣ ହରାନ୍ତି ବଲିଉଡ୍ର ମହିଳା ସୁପରଷ୍ଟାର ଶ୍ରୀଦେବୀ। ତାଙ୍କ ବିୟୋଗରେ ପୂରା ବଲିଉଡ୍ରେ ଖେଳିଯାଏ ଶୋକର ଛାୟା । ବୋନି ଓ ଦୁଇ ଝିଅ ଖୁସି୍, ଜାହ୍ନବୀ ଭାଙ୍ଗି ପଡନ୍ତି। ସାହାରା ହୁଅନ୍ତି ପିତା ବୋନି। ଏବେ ସେମାନେ ନିଜକୁ ସମ୍ଭାଳି ନେଇଛନ୍ତି। ନିଜ ନିଜ କାମରେ କନ୍ସନ୍ଟ୍ରେଟ୍ କରି ସାରିଛନ୍ତି । ଆଉ ଏତିକି ବେଳେ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି ବୋନି କପୁର।
ଶ୍ରୀଦେବୀ ଏକ ତାମିଲ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିଲେ, ଆଉ ଏହି ଫିଲ୍ମରେ ତାଙ୍କ ସହ ‘ଇଙ୍ଗ୍ଲିଶ୍ ଭିଙ୍ଗ୍ଲିଶ’ରେ କାମ କରିଥିବା ଅଭିନେତା ଅଜିତ୍ କାମ କରନ୍ତୁ ବୋଲି ମଧ୍ୟ ସେ ଚାହୁଁଥିଲେ । କିନ୍ତୁ ତାଙ୍କର ଏହି ଇଚ୍ଛା ଅଧାରେ ରହି ଯାଇଥିଲା। ଯେଉଁ ଅଧୂରା କାମକୁ ବୋନି ପୂରା କରିବେ।
ଫିଲ୍ମ ପାଇଁ କାହାଣୀ ମିଳୁ ନ ଥିବା ବେଳେ ଏବେ ଫିଲ୍ମ ‘ପିଙ୍କ୍’ର ତାମିଲ ରିମେକ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋନି। ପିଙ୍କ୍ର ତାମିଲ ରିମେକ୍ କରିବା ପାଇଁ ଅଭିନେତା ଅଜିତ୍, ପୂର୍ବରୁ ଶ୍ରୀଦେବୀଙ୍କୁ କହିଥିଲେ। ଯାହାପରେ ଶ୍ରୀଦେବୀ ପିଙ୍କ୍ର ତାମିଲ ରିମେକ୍ କରିବା ପାଇଁ ରାଜି ହୋଇଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କର ମୃତ୍ୟୁ ହେବାରୁ ଏହି କଥାକୁ ନେଇ କୌଣସି ଆଲୋଚନା ହୋଇ ପାରି ନ ଥିଲା। ଏବେ ବୋନି କପୁର ଏ ନେଇ ଆଲୋଚନା କରିବା ସହ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଥିବା ଜଣାପଡ଼ିଛି। ଫିଲ୍ମଟି ୨୦୧୯ରେ ରିଲିଜ୍ କରିବାକୁ ଯୋଜନା ଥିବାବେଳେ ଫିଲ୍ମର ଟାଇଟେଲ୍ ‘ଥାଲା ୫୯’ ରହିବ ବୋଲି ଜଣା ପଡ଼ିଛି। ଆଉ ଏହାର ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରେହମାନ୍ ଦେଇପାରନ୍ତି।

Share

Leave a Reply

Your email address will not be published. Required fields are marked *

18 + 10 =