ପରଦାକୁ ଫେରିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ()  କଶିଶ ଚରିତ୍ରରେ ଆମନା ଶରିଫ ଅଭିନୟକରି ଘରେ ଘରେ ପରିଚିତ ହୋଇଥିଲେ। ପରେ ସେ କେତୋଟି ଧାରାବାହିକ ସହ ଫିଲ୍ମରେ ମଧ୍ୟ କାମ କଲେ। ୨୦୧୩ ମସିହାରେ ଆମନା ପ୍ରେମିକ ଅମିତ କପୁରଙ୍କୁ ବିବାହ କରିବା ପରେ ଅଭିନୟଠାରୁ ଦୂରେଇ ଯାଇଥିଲେ। ଏବେ ପୁଣିଥରେ ସେ ଛୋଟ ପରଦାକୁ ଫେରିଛନ୍ତି।

ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗି କି’ରେ ସେ କୋମୋଲିକା ଚରିତ୍ରରେ ଅଭିନୟ କରୁଛନ୍ତି। ପୂର୍ବରୁ ହିନା ଖାନ୍ ଏହି ଚରିତ୍ରରେ ଅଭିନୟ କରୁଥିଲେ।୨୦୦୩ ମସିହାରେ ଆମନା ଛୋଟ ପରଦାରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

Share

Leave a Reply

Your email address will not be published. Required fields are marked *

four × one =