ମଦ ବିକ୍ରି କରାଯିବ କି ନାହିଁ ରାଜ୍ୟ ସରକାର ନିଷ୍ପତି ନେବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ() ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ସର୍ବୋଚ୍ଚ ନ୍ୟାୟାଳୟ କହିଲେ, ମଦ ବିକ୍ରି କରାଯିବ କି ନାହିଁ ସେନେଇ ରାଜ୍ୟ ସରକାର ନିଷ୍ପତି ନେବେ । ସାମାଜିକ ଦୁରତା ବଜାୟ ରଖି ମଦ ବିକ୍ରି କରାଯାଇ ପାରିବ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ ।

ପରିସ୍ଥିତିକୁ ନଜରରେ ରଖି ଆଜି ସୁପ୍ରମିକୋର୍ଟ ମଦର ଅନଲାଇନ ବିକ୍ରି ତଥା ହୋମ ଡେଲିଭରୀ କରିବାକୁ ଦେଶର ସମସ୍ତ ରାଜ୍ୟ ସରକାରଙ୍କୁ ନିଷ୍ପତି ନେବା ପାଇଁ ପରାମର୍ଶ ଦେଇଛନ୍ତି । ମଦ ବିକ୍ରି ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ଆମେ କୌଣସି ନିଷ୍ପତ୍ତି ଦେବୁନାହିଁ । ପରୋକ୍ଷ ବିକ୍ରି ଓ ହୋମ ଡେଲିଭରି ନେଇ ନିଷ୍ପତ୍ତି ନେଇପାରିବେ । ମଦ ବିକ୍ରିରେ ସାମାଜିକ ଦୂରତା ବଜାୟ ରହିବ ବୋଲି ସୁପ୍ରମିକୋର୍ଟ ସ୍ପଷ୍ଟ କରିଛନ୍ତି ।

ଭିଡିଓ କନଫରେନ୍ସି ଜରିଆରେ ଆଜି ଏକ ମାମଲାର ଶୁଣାଣି ବେଳେ ତିନି ଜଣିଆ ଖଣ୍ଡପୀଠରେ ଏଭଳି ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

6 + ten =