Friday, October 30, 2026
Latestରାଜ୍ୟ

ସୋଆ ଛାତ୍ରୀ ଓଜେଏସ୍ ଟପ୍ପର

ଚଳିତ ବର୍ଷ ଓଡିଶା ନ୍ୟାୟିକ ସେବା( ଓଡିଶା ଜୁଡିସିଆଲ୍ ସର୍ଭିସ୍‌) ରେ ଟପ୍ପର ହୋଇଥିବା ସୋଆର ଛାତ୍ରୀ ଆଦ୍ୟାଶା ମିଶ୍ରଙ୍କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର(ଡକ୍ଟର) ମନୋଜରଂଜନ ନାୟକ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି ।
ଚଳିତ ବର୍ଷ ଓଜେଏସ୍‌ରେ ଟପ୍ପର ହୋଇଥିବା ଆଦ୍ୟାଶା ହେଉଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ଛାତ୍ରୀ । ସେହିପରି ଏହି ପରୀକ୍ଷାରେ ନବମ ସ୍ଥାନ ରଖି କୃତିତ୍ୱ ଅର୍ଜନ କରିଥିବା ସୀତେଶ ମହାନ୍ତି ମଧ୍ୟ ଏସ୍‌ଏନ୍‌ଆଇଏଲ୍ ର ଛାତ୍ର । ଏହି ଦୁଇ ଜଣଙ୍କୁ ପ୍ରଫେସର ନାୟକ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।
ଚଳିତ ବର୍ଷ ଓଜେଏସ୍ ପରୀକ୍ଷାରେ ଏସ୍‌ଏନ୍‌ଆଇଏଲ୍‌ର ସର୍ବମୋଟ୍ ୪ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଆଦ୍ୟାଶା ଓ ସିତେଶ ଙ୍କ ଛଡା ଅନ୍ୟ ଦୁଇଜଣ ଛାତ୍ରୀ ହେଲେ ସମୀକ୍ଷା ସ ଓ ଇପ୍ସିତା ଭୋଇ । ସମୀକ୍ଷା ଏହି ପରୀକ୍ଷାରେ ୧୫ତମ ସ୍ଥାନ ଅଧିକାର କରିଥିବା ବେଳେ ଇପ୍ସିତା ୧୭ ତମ ସ୍ଥାନରେ ରହିଛନ୍ତି ।
ସୋଆ ପରିଚାଳିତ ଏସ୍‌ଏନ୍‌ଆଇଏଲ୍ ଚଳିତ ବର୍ଷ ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗ୍ ରେ ନବମ ସ୍ଥାନ ହାସଲ କରିଥିବା ବେଳେ ଏହି ଅନୁଷ୍ଠାନର ଛାତ୍ରୀ ଓଜେଏସ୍‌ରେ ଟପ୍ପର ହେବା ଏବଂ ଅନ୍ୟ ତିନି ଜଣ ଛାତ୍ରଛାତ୍ରୀ କୃତିତ୍ୱ ଅର୍ଜନ କରିବା ଗର୍ବ ର ବିଷୟ ବୋଲି କହିଛନ୍ତି ପ୍ରଫେସର ନାୟକ । ଏଥି ନିମନ୍ତେ ସେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଏସ୍‌.ଏ.କେ. ଆଜାଦ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଏହାର ଶ୍ରେୟ ଦେଇଛନ୍ତି ।
ସମ୍ବର୍ଦ୍ଧିତ ହେବାପରେ ଓଜେଏସ୍ ଟପ୍ପର ଆଦ୍ୟାଶା ମିଶ୍ର ନିଜର ଖୁସି ବ୍ୟକ୍ତ କରିବା ସହ ଏହାର ଶ୍ରେୟ ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି । ପରୀକ୍ଷାରେ ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ଡିନ୍ ପ୍ରଫେସର ଆଜାଦ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ମଧ୍ୟ ସେମାନଙ୍କର ସହଯୋଗ ନିମନ୍ତେ ସେ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ନବମ ର‌୍ୟାଙ୍କରେ ଥିବା ସୀତେଶ କହିଛନ୍ତି ଯେ ଓଜେଏସ୍ ପରୀକ୍ଷାର ପ୍ରସ୍ତୁତି ନିମନ୍ତେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ତାଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିଛନ୍ତି ।
ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ଉଭୟ ଆଦ୍ୟାଶା ଓ ସୀତେଶ ଅତ୍ୟନ୍ତ ଆନନ୍ଦିତ ହୋଇଥିବା କହିଛନ୍ତି ।
ଏହି ଅବସରରେ ଏସ୍‌ଏନ୍‌ଆଇଏଲ୍ ର ଡିନ୍ ପ୍ରଫେସର ଆଜାଦ , ସିନିୟର୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ, ସିିନିୟର୍ ପ୍ରଫେସର ମଧୁସୂଦନ ଦାଶ, ଆସୋସିଏଟ୍ ପ୍ରଫେସର ଚିନ୍ମୟ କୁମାର ମହାପାତ୍ର ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

18 − 10 =