ସର୍ତ୍ତ ପାଇଁ ନଷ୍ଟ ହେଲା ସମ୍ପର୍କ

ମୁମ୍ବାଇ()  ବଲିଉଡର ଟପ୍ ଅଭିନେତ୍ରୀ ଐଶର୍ୟ୍ୟା ରାୟ ବଚ୍ଚନ ଓ ଅଭିଷେକ ବିବାହ ବନ୍ଧନରେ ବାନ୍ଧି ହୋଇ ଇଣ୍ଡଷ୍ଟ୍ରି ପାଇଁ ଏକ ଭଲ ଉଦାହରଣ ହୋଇପାରିଛନ୍ତି।ଦୁହେଁ ନିଜ ବୈବାହିକ ଜୀବନରେ ମଧ୍ୟ ଖୁବ୍ ସନ୍ତୁଷ୍ଟ ଅଛନ୍ତି। କିନ୍ତୁ ଉଭୟଙ୍କ ବିବାହ ପୂର୍ବରୁ ଅଭିଷେକଙ୍କ ଜୀବନରେ ଐଶର୍ୟ୍ୟାଙ୍କ ବଦଳରେ ଆଉ ଜଣେ ଅଭିନେତ୍ରୀ ଥିଲେ।

ବିବାହ ପୂର୍ବରୁ ଅଭିଷେକଙ୍କ ଜୀବନରେ କପୁର ପରିବାରର ଝିଅ କରିଶ୍ମା ଥିଲେ। ୨୦୦୨ ମସିହାର ଫିଲ୍ମ “ହାଁ ମୈନେ ଭି ପ୍ୟାର କିଆ ହେ” ଶୁଟିଂ ପରେ ଅଭିଷେକ ଓ କରିଶ୍ମା ପରସ୍ପରଙ୍କ ସହ ଅଧିକ ସମୟ କାଟିବାକୁ ଲାଗିଲେ। ସେହି ସମୟରୁ ଉଭୟଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା।

୨୦୦୨ ମସିହାରେ ଅଭିଷେକ ଓ କରିଶ୍ମାଙ୍କ ନିର୍ବନ୍ଧ ହୋଇଥିଲା। ସବୁକିଛି ଠିକ୍ ଚାଲୁଥିଲା। କିନ୍ତୁ ହଠାତ୍ ଉଭୟଙ୍କ ସମ୍ପର୍କ ଭାଙ୍ଗିଥିଲା। ବିବାହ ପରେ କରିଶ୍ମା ଅଭିଷେକଙ୍କ ସହ ଅଲଗା ଘରକୁ ସିଫ୍ଟ ହେବାକୁ ଚାହୁଁଥିଲେ। ଅଭିଷେକ କିନ୍ତୁ ନିଜ ଘର ଓ ମା ବାପାଙ୍କୁ ଛାଡି ଯିବାକୁ ମନା କରିଦେଇଥିଲେ। ଏହି କାରଣ ପାଇଁ ୨୦୦୩ ମସିହାରେ ଉଭୟଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିଲା। ଅଭିଷେକ ନିଜ ମାଆ ଜୟା ବଚ୍ଚନଙ୍କୁ ବହୁତ ଭଲ ପାଆନ୍ତି। ଏଥିପାଇଁ ସେ ଘରୁ ଅଲଗା ହେବା ନିଷ୍ପତ୍ତି ନେଇପାରିନଥିଲେ।

Share

Leave a Reply

Your email address will not be published. Required fields are marked *

six + four =