22 ଜିଲ୍ଲା ସଭାପତି ବଦଳିଲେ, ବ୍ରହ୍ମପୁରରେ ଜୁମ୍ବୋ ଟିମ୍

ଭୁବନେଶ୍ବର () ସଭାପତି ଭାବେ ଦାଇତ୍ବ ନେବା ପରେ ପ୍ରଥମ ଥର ପାଇଁ ସାଙ୍ଗଠନିକ ସ୍ତରରେ ପରିବର୍ତନ କରିଛନ୍ତି ନିରଞ୍ଜନ ପଟନାୟକ । ଆଜି ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପରେ ଜିଲ୍ଲା ସଭାପତି ସ୍ତରରେ ପରିବର୍ତନ ହୋଇଛି । ଏଥିସହ ପ୍ରଥମ ଥର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ସଭାପତିଙ୍କ ସହ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ନୂଆ ସଭାପତି ତାଲିକାରେ 11ଟି ଜିଲ୍ଲାରେ ସଭାପତି ଅପରିବର୍ତ୍ତିତ ରହିଥିବା ବେଳେ 22ଟି ସାଙ୍ଗଠନିକ ଜିଲ୍ଲାରେ ନୂଆ ସଭାପତିଙ୍କ ହାତରେ ମଙ୍ଗ ଧରାଇଛନ୍ତି ନିରଞ୍ଜନ ।

ଏଥିସହ ପ୍ରଥମ ଥର ପାଇଁ ଜିଲ୍ଲାରେ ଦିଆଯାଇଛି କାର୍ଯ୍ୟକାରୀ ସଭାପତି । ତେବେ ଦେବଗଡ଼, କଟକ ସଦର, ରାୟଗଡା, ନୂଆପଡା, ନବରଙ୍ଗପୁର ଓ ବୌଦ୍ଧରେ କୌଣସି କାର୍ଯ୍ୟକାରୀ ସଭାପତିଙ୍କ ନିଯୁକ୍ତି ଦିଆଯାଇନି । ଏହି 6 ଜିଲ୍ଲାକୁ ବାଦ ଦେଲେ ଅନ୍ୟ ସବୁ ଜିଲ୍ଲାରେ ସଭାପତିଙ୍କ ସହ ସାଙ୍ଗଠନିକ ସ୍ତରରେ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତ କରାଯାଇଛି । ବ୍ରହ୍ମପୁରରେ ଜଣେ ସଭାପତି ଓ 4ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନେଇ ଜୁମ୍ବୋ ଟିମ ଗଠନ କରାଯାଇଛି । ନୂଆପଡା, କୋରାପୁଟ, ଯାଜପୁର, ଖୋର୍ଦ୍ଧା, ରାୟଗଡା, ମାଲକାନଗିରି, କଟକ ସଦର, ବଲାଙ୍ଗୀର, ସୋନପୁର ଓ ନବରଙ୍ଗପୁରରେ ଜିଲ୍ଲା ସଭାପତି ବଦଳି ନାହାନ୍ତି ।

Share

Leave a Reply

Your email address will not be published. Required fields are marked *

two + 15 =