ବିଜେଡି ପୁଣି ଥରେ କ୍ଷମତାକୁ ଫେରିବ : ନବୀନ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଂଜିଳି ନିର୍ବାଚନମଣ୍ଡଳୀରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନିଜ ଜିଲ୍ଲା ଗଂଜାମର ଏହି ନିର୍ବାଚନମଣ୍ଡଳୀରୁ ପଂଚମ ଥର ପାଇଁ ବିଜୟ ଲକ୍ଷ ନେଇ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଗଂଜାମ ଜିଲ୍ଲାର ପ୍ରତ୍ୟକ୍ଷ ଠାକୁରାଣୀ ତାରାତାରିଣୀଙ୍କ ନିକଟରେ ଆଜି ସକାଳେ ପୂଜା କରି ନବୀନ ଉପଜିଲ୍ଲାପାଳଙ୍କ ନିକଟରେ ଚାରି ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନବୀନଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ତାଙ୍କ ସମର୍ଥକ ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ନାମାଙ୍କନପତ୍ର ଦାଖଲ ପରେ ବିଜେଡି ସଭାପତି ଆସନ୍ତା ନିର୍ବାଚନରେ ବିଜେଡି ପୁଣି ଥରେ କ୍ଷମତାକୁ ଫେରିବା ସହ ଗତ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଲୋକସଭାରେ ମଧ୍ୟ ଦଳର ପ୍ରଦର୍ଶନ ଭଲ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

2000ରୁ କ୍ରମାଗତ ଭାବେ ନବୀନ ହିଂଜିଳି ନିର୍ବାଚନମଣ୍ଡଳୀରୁ 4 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତା ଏପ୍ରିଲ 18 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

5 × three =