ମା’ଙ୍କ ଆଶୀର୍ବାଦ ଭିକ୍ଷା କରି ବାହାରିଲେ ନବୀନ

ବ୍ରହ୍ମପୁର () ନାମାଙ୍କନପତ୍ର ଦାଖଲ ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଐତିହାସିକ ତାରାତାରିଣୀ ପୀଠରେ ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ତାରାତାରିଣୀ ପୀଠରେ ବହୁ ସଂଖ୍ୟାରେ ସମର୍ଥକ ଓ ପୂଜକ ସ୍ୱାଗତ କରିଥିଲେ ।

ଐତିହାସିକ ଋଷିକୁଲ୍ୟା ନଦୀ କୂଳରେ ଅବସ୍ଥିତ ଏହି ଶକ୍ତି ପୀଠରେ ନବୀନ ପ୍ରାୟ ଅଧଘଣ୍ଟା ରହିଥିଲେ । ମାଙ୍କ ନିକଟରେ ସେ ଏକ ସ୍ୱତନ୍ତ୍ର ପୂଜା କରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ବାହାରିଥିଲେ । ଏହି ଶକ୍ତି ପୀଠର ମୁଖ୍ୟ ପୂଜକ ବାପୁଜି ରଣା ଏହି ପୂଜା କରାଇଥିଲେ । ଗତ ନିର୍ବାଚନ ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମାଙ୍କ ଆଶୀର୍ବାଦ ନେଇ ମଇଦାନକୁ ଓହ୍ଲାଇଥିଲେ ।

ନବୀନଙ୍କ ଏହି ଗସ୍ତ ସମୟରେ ହଜାର ହଜାର ଲୋକ ତାଙ୍କୁ ସ୍ବାଗତ କରିବାକୁ ଅପେକ୍ଷା କରିଥିଲେ । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

fifteen − 10 =