Friday, October 30, 2026
ମନୋରଞ୍ଜନ

ହ୍ଵିଲଚେୟାରରେ ଭାରତୀ ସିଂହ

ପ୍ରଖ୍ୟାତ କମେଡିଆନ ଭାରତୀ ସିଂହଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାର ଲାଗିଛି, ଯାହା ଦେଖି ଭାରତୀଙ୍କ ପ୍ରଶଂସକ ପ୍ରଶଂସକ ଦୁଃଖ କରିବା ସହ ଭାରତୀଙ୍କୁ ନେଇ ଗର୍ବି ଅନୁଭବ କରୁଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଭାରତୀ ହ୍ଵିଲଚେୟାରରେ ବସି ସୁଟିଂ ସେଟକୁ ଆସୁଥିବାର ନଜର ଆସୁଛନ୍ତି । ଭାରତୀଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ଥିଲେ ମଧ୍ୟ ସୁଟିଂକୁ ଯିବାରେ ଡେରି କରିନାହାଁନ୍ତି। ଭାରତୀଙ୍କୁ ହ୍ଵିଲଚେୟାରରେ ଆସିବାକୁ ସାହାଯ୍ୟ କରିଛନ୍ତି ଅଭିନେତା ରିତିକ ଧନଜାନୀ । ଭାରତୀ ଏତେ କମଜୋର ଯେ କ୍ୟାମେରା ଆଡକୁ ଦେଖି ପ୍ରଥମେ ହସିପାରି ନଥିଲେ ମଧ୍ୟ ପରେ ମିଡିଆକୁ ସବୁ ଠିକ ଅଛି ବୋଲି ଇଶାରାରେ କହିଥିଲେ ।  ଦୀର୍ଘଦିନରୁ ଲିଗାମେଣ୍ଟରେ ପୀଡିତ ଭାରତୀ ୨ଦିନ ପୂର୍ବରୁ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଭାରତୀଙ୍କ ପାଦ ସର୍ଜରୀ ହୋଇସାରିଛି କିନ୍ତୁ ସେ ଏବେ ଠିକରେ ଚାଲିବାକୁ ସକ୍ଷମ ନୁହଁନ୍ତି। ଭାରତୀ ଏବେ ସପ୍ତାହେ ହ୍ଵିଲଚେୟାରରେ ରହିବେ । ତେବେ ତାଙ୍କ ଗୋଡର ଏହି ଅବସ୍ଥା ‘ଖତରୋଂ କି ଖିଲାଡୀ’ ସିଜନ୯ରେ ଷ୍ଟଣ୍ଟ ସିନ କରୁଥିବା ସମୟରେ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

three × five =