ବିଗବସ୍ ସିଜନ୍ – ୧୨ ରୁ ବାହାରିବା ପରେ ଏକାଠି

ପ୍ରତିବର୍ଷ ପରି ଏ ବର୍ଷ ବି ବିଗବସ୍ ହାଉସରେ ଦେଖିବାକୁ ମିଳିଥିଲା ସଂପର୍କର ବନ୍ଧନ । ଭାଇଭଉଣୀ, ସାଙ୍ଗସାଥୀ ଓ ପ୍ରେମସଂପର୍କ । ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ବିଗବସ୍ ହାଉସରେ ଦେଖିବାକୁ ମିଳିଥିଲା ବିହାର ମୁଜାଫରନଗରର ଦୀପକ ଠାକୁର ଓ ଜୟପୁରର ସୋମି ଖାନଙ୍କ ମଧୁର ସଂପର୍କ । ଦୀପକ ଏକତରଫା ଭାବେ ସୋମିଙ୍କୁ ପ୍ରେମ କରୁଥିଲେ । ସେ ତାଙ୍କୁ ପ୍ରେମ ନିବେଦନ ବି କରିଥିଲେ । ମାତ୍ର ସୋମି ତାଙ୍କ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ।
ଦୀପକ ଓ ସୋମିଙ୍କୁ ଯେଉଁମାନେ ଏକାଠି ଦେଖିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଖୁସି ଖବର । ଦୀପକ ଓ ସୋମି ବିଗବସ୍ ହାଉସରୁ ବାହାରିବା ପରେ ଏବେ ରାଜସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛନ୍ତି । ଇତିମଧ୍ୟରେ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଛି କି ନାହିଁ ତାହା ତ ଆମେ ଜାଣୁନା ମାତ୍ର ଏକ ଆଲବମ୍ ସୁଟିଂ ପାଇଁ ସେମାନଙ୍କୁ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି। ଆଲବମ୍ ପାଇଁ କଣ୍ଠଦାନ କରିବେ ବିଗବସ୍ -୧୨ର ଅନ୍ୟତମ ପ୍ରତିଯୋଗୀ ତଥା ଭଜନ ସମ୍ରାଟ ଅନୁପ ଜୋଲଟା।

Share

Leave a Reply

Your email address will not be published. Required fields are marked *

three + two =