୭୭ ବର୍ଷରେ ପଦାର୍ପଣ କଲେ ବିଗ ବି

ମୁମ୍ବାଇ() ବିଗ ବି ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମ ଦିବସ। ଆଜି ତାଙ୍କ ଜନ୍ମ ଦିନ ଅବସରରେ ସାରା ବଲିଉଡ ଜଗତ ସହ ପ୍ରଂଶସକଙ୍କ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଆଜି ଅମିତାଭଙ୍କ ଜନପଦ ସ୍ଥିତ ଘର ବାହାରେ ଲୋକମାନେ ଆର୍ଶୀବାଦ ମହୋତ୍ସବ ରୂପରେ ପାଳନ କରୁଛନ୍ତି। କିନ୍ତୁ ଏଥର ଅମିତାଭ ନିଜ ଜନ୍ମଦିନ ପାଳନ କରିବାକୁ ଚାହୁଁ ନାହାଁନ୍ତି। ବିଗ୍ ବି ନିଜ ଫ୍ୟାନ୍ସଙ୍କୁ କହିଛନ୍ତି କି, ଆଜି ଉତ୍ସବ ପାଳନ କଲା ଭଳି କିଛି ନାହିଁ। ଆଜି ମଧ୍ୟ ଏକ ସାଧାରଣ ଦିନ।

୧୯୦ ଚଳଚ୍ଚିତ୍ର, ୧୧ ଫିଲ୍ମଫେୟାର ଆଓ୍ବାର୍ଡ, ୪ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ପଦ୍ମଶ୍ରୀ, ପଦ୍ମବିଭୂଷଣ ଓ ପଦ୍ମଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନ । ଚଳଚ୍ଚିତ୍ର କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ ପୁରସ୍କାର’ ପାଇଁ ମନୋନୀତ ହୋଇଛନ୍ତି ଏହି ମହାନାୟକ ।

Share

Leave a Reply

Your email address will not be published. Required fields are marked *

two × four =