Friday, October 30, 2026
Latestରାଜ୍ୟ

୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର() ସଚିବ ପାହ୍ୟା ଅଧିକାରୀଙ୍କୁ ୧୦ ଆକାଂକ୍ଷୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଆକାଂକ୍ଷୀ ଜିଲ୍ଲାରେ ୪୯ଟି ମାନକର ନିରୀକ୍ଷଣ କରିବେ ଏହି ଅଧିକାରୀ । ଏହି ଅଧିକାରୀ ମାନେ ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ଜଳଯୋଗାଣ ଭଳି କ୍ଷେତ୍ରର ବିକାଶକୁ ଦେବେ ପ୍ରାଧାନ୍ୟ । କୃଷି ଉପôାଦନ କମିଶନର ପି.କେ. ମହାପାତ୍ରଙ୍କୁ ଢେଙ୍କାନାଳ ଦାୟିତ୍ୱ, ମହିଳା ଓ ଶିଶୁ ବିକାଶ ସଚିବ ଅନୁଗର୍ଗଙ୍କୁ ରାୟଗଡା ଦାୟିତ୍ୱ , କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗଙ୍କୁ କୋରାପୁଟ ଦାୟିତ୍ୱ, ପଂଚାୟତିରାଜ ସଚିବ ଡି.ଆର.କେ ସିଂଙ୍କୁ କଳାହାଣ୍ଡି ଦାୟିତ୍ୱ ,ଗୃହ ସଚିବ ସଂଜୀବ ଜୋପ୍ରାଙ୍କୁ କନ୍ଧମାଳ ଦାୟିତ୍ୱ ,ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର ଦାୟିତ୍ୱ ,ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ରଙ୍କୁ ନୂଆପଡା ଦାୟିତ୍ୱ,ଦକ୍ଷତା ବିକାଶ ବିଭାଗ ସଚିବ ଏସ.କେ.ସିଂଙ୍କୁ ଗଜପତି ଦାୟିତ୍ୱ ,ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କୁ ବଲାଙ୍ଗୀର ଦାୟିତ୍ୱ,ଖାଦ୍ୟ ଯୋଗାଣ ସଚିବ ଭି.ଭି.ଯାଦବଙ୍କୁ ମାଲକାନଗିରି ଦାୟିତ୍ୱ ।

Share

Leave a Reply

Your email address will not be published. Required fields are marked *

five + 13 =