Friday, October 30, 2026
Latestମନୋରଞ୍ଜନ

୮ରେ କୋର୍ଟରେ ହାଜିର ହେବେ ଏହି ଅଭିନେତ୍ରୀ

ମୁମ୍ବାଇ()   ଜୁଲାଇ ମାସ ୮ ତାରିଖରେ କୋର୍ଟରେ ହାଜିର ହେବେ ଅଭିନେତ୍ରୀ ଅମିଷା ପଟେଲ ଓ ତାଙ୍କ ବିଜନେସ ପାର୍ଟନର କୁନାର ଗୁମର ।ଜଣେ ଫିଲ୍ମ ନିର୍ମାତା ଅଜୟ କୁମାର ଏମାନଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଫିଲ୍ମ ନିର୍ମାତା ଅଜୟ କୁମାରଙ୍କ ଅନୁସାରେ ଫିଲ୍ମ ଦେଶି ମ୍ୟାଜିକ୍ କରିବା ପାଇଁ ଅମିଷା ତାଙ୍କଠୁ ୨.୫ କୋଟି ଟଙ୍କା ନେଇଥିଲେ। କିନ୍ତୁ ଏଯାଏଁ ଟଙ୍କା ଫେରସ୍ତ କରିନାହାନ୍ତି। ଅମିଷା ଅଜୟଙ୍କୁ କହିଥିଲେ ଯେ, ୨୦୧୮ ମସିହାରେ ଫିଲ୍ମର ଶୁଟିଂ ସରିଯିବ। ଫିଲ୍ମ ରିଲିଜ ହେବା ପରେ ପରେ ଅମିଷା ଫିଲ୍ମ ନିର୍ମାତାଙ୍କୁ ଟଙ୍କା ଫେରାଇବେ ବୋଲି କହିଥିଲେ। ତେବେ ଫିଲ୍ମ ନହୋଇଥିବାରୁ ଅଜୟ ତାଙ୍କୁ ଟଙ୍କା ମାଗିଥିଲେ ଓ ଅମିଷା ତାଙ୍କୁ ୩ କୋଟି ଟଙ୍କାର ଚେକ୍ ଦେଇଥିଲେ।

କିନ୍ତୁ ବ୍ୟାଙ୍କରେ ଚେକ୍ ବାଉନ୍ସ ହୋଇଥିଲା। ଏହି ବିଷୟରେ କହିବା ପାଇଁ ଓ ଟଙ୍କା ମାଗିବା ପାଇଁ ଫିଲ୍ମ ନିର୍ମାତା ଅମିଷାଙ୍କୁ ଯୋଗାଯୋଗ କରିଥିଲେ। ଦ୍ବିତୀୟ ଥର ଅମିଷା କହିଥିଲେ ଯେ, ତାଙ୍କର ଟଙ୍କା ଫେରାଇବାର କୌଣସି ଉଦେଶ୍ୟ ନାହିଁ। ଏହା କହି ସେ ତାଙ୍କୁ ଡରାଇ ଧମକାଇ ଅନେକ କଥା କହିଥିଲେ।

Share

Leave a Reply

Your email address will not be published. Required fields are marked *

three × two =