ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ପୁରୀ()   ଆଜି ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଶେଷ ହୋଇଛି ।ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏନେଇ ଆଜି ମହାପ୍ରଭୁଙ୍କୁ ଘଣାଲାଗି କରାଯିବା ସହ ଖଳି ଲାଗି ମଧ୍ୟ କରାଯିବ । ସୁଦ୍ଧ ସୁଆରଙ୍କ ଘରୁ ଏକ ଶୋଭାଯାତ୍ରାରେ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ନିଆଯିବ । ସ୍ୱତନ୍ତ୍ର ଭାବେ ସୁଆରଙ୍କ ଘରେ ନିର୍ମିତ ଖଳିପ୍ରସାଦକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ । ଏହାପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଘଣାଲାଗି ନୀତି ସମ୍ପନ୍ନ ହେବ । ଦଇତାପତି ମାନେ ଘଣାଲାଗି ନୀତି ଶେଷ କରିବା ପରେ ନବଯୌବନ ଦର୍ଶନ ପାଇଁ ପ୍ରସ୍ତୁତି କରିବେ । ଆସନ୍ତାକାଲି ପୂର୍ବାହ୍ନ ୯ଟାରୁ ୧୨ଟା ପର୍ୟ୍ୟନ୍ତ ବନକଲାଗି କରାଯିବ। ଦତ୍ତମହାପାତ୍ର ସେବାୟତମାନେ ଏହି ବନକଲାଗି କରିବା ପରେ ପ୍ରଥମେ ଟିକେଟ ଦର୍ଶନ ହେବ ।

ଅନବସରରେ ୧୪ଦିନ ରହଣି ପରେ ଆସନ୍ତାକାଲି ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏତେ ଦିନ ପରେ କାଳିଆ ସାଆନ୍ତଙ୍କୁ ଟିକେ ଆଖି ପୂରାଇ ଦେଖିବାକୁ ଭକ୍ତର ମନ ବି ଉଚ୍ଛନ୍ନ ହେଲାଣି । ତେବେ ଆସନ୍ତା କାଲି ଅପରାହ୍ଣ ସାଢ଼େ ୩ଟାରୁ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ଆରମ୍ଭ ହେବ । ସେପଟେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର ୨ଦିନ ବାକି ଥିବା ବେଳେ ରଥ ନିର୍ମାଣ କାମ ପ୍ରାୟ ଶେଷ ପର୍ୟ୍ୟାୟରେ ।

Share

Leave a Reply

Your email address will not be published. Required fields are marked *

10 − 10 =