Thursday, October 29, 2026
ମନୋରଞ୍ଜନ

ରାମ ରହିମଙ୍କ ସହ ସମ୍ପର୍କକୁ ନେଇ ଦେଢ ଘଂଟା ଜେରା

ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ବେଅଦବି ଓ ଗୁଳିକାଣ୍ଡର ଯାଞ୍ଚ କରୁଥିବା ଏସଆଇଟି ସମ୍ମୁଖରେ ହାଜର ହୋଇଥିଲେ। ଏସଆଇଟି ତାଙ୍କୁ ପ୍ରାୟ ଦେଢ ଘଣ୍ଟା ଧରି ପଚରା ଉଚୁରା କରିଥିଲା। କୁହାଯାଉଛି ଯେ ଏହି ସମୟରେ ତାଙ୍କୁ ଗୁରମିତ ରାମ ରହିମ ଓ ସୁଖବୀର ସିଂହ ବାଦଲଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ କରାଯାଇଥିଲା। ତାଙ୍କୁ ମୋଟ୍ ୯ଟି ପ୍ରଶ୍ନ କରାଯାଇଥିଲା। ପୋଲିସ ମୁତାବକ ଅକ୍ଷୟ ପଞ୍ଜାବ ବାହାରେ ସୁଖବୀର ବାଦଲଙ୍କୁ କେବେ ଭେଟି ନାହାନ୍ତି। ଅକ୍ଷୟଙ୍କୁ ଜଣା ନାହିଁ ଯେ ଏହି ବିବାଦରେ ତାଙ୍କ ନାମ କଣ ପାଇଁ ସାମିଲ କରାଯାଇଛି। ଅକ୍ଷୟ ଏସଆଇଟି ସମ୍ମୁଖରେ ହାଜର ହେବା ପାଇଁ ବୁଧବାର ସକାଳେ ଚଣ୍ଡିଗଡ଼ ପହଞ୍ଚିଥିଲେ।
ଏସଆଇଟିର ସଦସ୍ୟ ଆଇପିଏସ କୁଅଁର ବିଜୟ ପ୍ରତାପ ସିଂହଙ୍କ ନେତୃତ୍ଵରେ ଅକ୍ଷୟଙ୍କୁ ପଚରା ଉଚୁରା କରାଯାଇଥିଲା। ଏସଆଇଟି ୯ଟି ପ୍ରଶ୍ନ ମଧ୍ୟରୁ ସାତୋଟି ପ୍ରଶ୍ନ ଗୁରମିତଙ୍କ ସହିତ ସଂପର୍କକୁ ନେଇ ପଚାରିଥିଲା। କେବଳ ଦୁଇଟି ପ୍ରଶ୍ନ ବାଦଲ ପରିବାର ସହିତ ସମ୍ବନ୍ଧକୁ ନେଇ ପଚାରିଥିଲେ।
ଅକ୍ଷୟଙ୍କୁ ପଞ୍ଜାବର ବରଗାଡ଼ିରେ ହୋଇଥିବା ଶ୍ରୀ ଗୁରୁଚନ୍ଦ୍ର ସାହିବରେ ବେଅଦବି ଓ ଫାୟରିଂ ମାମଲାରେ ଏସଆଇଟି ସମନ ଜାରି କରିଥିଲା। ଅକ୍ଷୟଙ୍କୁ ପୋଲିସ ମୁଖ୍ୟାଳୟର ସପ୍ତମ ମହଲାରେ ପ୍ରାୟ ଦେଢ ଘଣ୍ଟା ଜେରା କରାଯାଇଥିଲା। ଜେରା ପରେ ପୋଲିସ ମୁଖ୍ୟାଳୟର ପଛ ଦ୍ଵାରରେ ତାଙ୍କୁ ବିମାନ ବନ୍ଦରରେ ଛାଡ଼ି ଦିଆଯାଇଥିଲା। ଏସଆଇଟି ତାଙ୍କୁ କଣ ପ୍ରଶ୍ନ କଲେ ଏବଂ ସେ କଣ ଉତ୍ତର ଦେଲେ ଏହାର କୌଣସି ସୂଚନା ସାମ୍ନାକୁ ଆସିନାହିଁ। ମାତ୍ର କୁହାଯାଇଛି ଯେ ତାଙ୍କୁ ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ ରାମ ରହିମଙ୍କ ସହ ସଂପର୍କ ଓ ସୁଖବୀର ବାଦଙ୍କ ସହ ଗୁରମିତଙ୍କ ବୈଠକ ଉପରେ ପ୍ରଶ୍ନ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

17 + nineteen =