ୟେସ୍ ସିକ୍ୟୁରିଟିଜ୍‌ରେ ଓଡ଼ିଶା ନିବେଶକଙ୍କ ଆଗ୍ରହ ବୃଦ୍ଧି ପାଉଛି: ୨୦୨୨ ପରଠାରୁ ଡିମାଟ୍ ଆକାଉଂଟ୍‌ରେ ଦୁଇ ଗୁଣା ଅଭିବୃଦ୍ଧି ହାସଲ

ଭୁବନେଶ୍ୱରରେ ଗତ ଏକ ବର୍ଷ ଭିତରେ ଡିମାଟ୍ ଆକାଉଂଟ୍ ସଂଖ୍ୟାରେ ୬୦% ବୃଦ୍ଧି ଘଟିଛି
 ଓଡ଼ିଶାରେ ୧୮-୩୦ ବର୍ଷ ବୟସ ଭିତରେ ନିବେଶକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ
 ଓଡ଼ିଶା ଭୁବନେଶ୍ୱର, ରାଉରକେଲା, କଟକ, ବଡ଼ବିଲ ଓ ସମ୍ବଲପୁର ଶ୍ରେଷ୍ଠ ୫ ବଜାର
ଭୁବନେଶ୍ୱର : ଅଗ୍ରଣୀ ଆର୍ଥିକ ସେବା କଂପାନି ୟେସ୍ ସିକ୍ୟୁରିଟିଜ୍ ଓଡ଼ିଶାରେ ୨୦୨୨ ପରଠାରୁ ନୂଆ ଡିମାଟ୍ ଖାତା ଖୋଲିବାରେ ୭୫ ପ୍ରତିଶତ ବୃଦ୍ଧି ହାସଲ କରିଛି । ସାରା ଓଡ଼ିଶାରୁ ଇକ୍ୱିଟି ନିବେଶରେ ହୋଇଥିବା ଏହି ବୃଦ୍ଧି ସହିତ ଗତ ୧ ବର୍ଷରେ ଡିମାଟ୍ ଖାତା ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ହାସଲ କରି ଭୁବନେଶ୍ୱର ତାଲିକାର ଶୀର୍ଷ ସ୍ଥାନରେ ରହିଛି । ସରକାରଙ୍କ ଦ୍ୱାରା ଚାଲିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକ ପାଇଁ ଓଡ଼ିଶା ଏବେ ବିଶ୍ୱର ଏକ ହଟ୍‌ସ୍ପଟ୍‌ରେ ପରିଣତ ହୋଇଥିବାରୁ ଇକ୍ୱିଟି ବଜାରରେ ନିବେଶକଙ୍କ ଅଂଶଗ୍ରହଣ ଆହୁରି ବଢ଼ାଇବା ଲାଗି ରାଜ୍ୟ ପାଖରେ ଥିବା ବିପୁଳ ସୁଯୋଗ ବିଷୟରେ ମଧ୍ୟ କଂପାନି ଅବଗତ ଅଛି ।
ୟେସ୍ ବ୍ୟାଙ୍କ ସିକ୍ୟୁରିଟିଜ୍‌ର ଓଡ଼ିଶା ନିବେଶକମାନଙ୍କ ମଧ୍ୟରେ ପ୍ରାୟ ୯୦ ପ୍ରତିଶତ ନିବେଶକଙ୍କ ବୟସ ହେଉଛି ୧୮-୩୦ ବର୍ଷ ମଧ୍ୟରେ ରହିଛି ଏବଂ ସେମାନଙ୍କ ଭିତରୁ ୧୦ ପ୍ରତିଶତ ହେଉଛନ୍ତି ମହିଳା । କଂପାନିର ତଥ୍ୟ ଅନୁସାରେ ଭୁବନେଶ୍ୱର, ରାଉରକେଲା, କଟକ, ବଡ଼ବିଲ ଓ ସମ୍ବଲପୁର ଓଡ଼ିଶାରେ କଂପାନି ପାଇଁ ଶ୍ରେଷ୍ଠ ୫ଟି ବଜାର ଭାବେ ଉଭା ହୋଇଛନ୍ତି । ଭବିଷ୍ୟତରେ ବ୍ରହ୍ମପୁର, ଦାମନଯୋଡ଼ି, କୋରାପୁଟ ଭଳି ସହରରେ ଥିବା ସୁଯୋଗ ହାସଲ କରିବା ଏବଂ ନୂଆ ନିବେଶକମାନଙ୍କ ମଧ୍ୟରେ ସଚେତନତାର ପ୍ରସାର କରିବାକୁ କଂପାନି ଲକ୍ଷ୍ୟ ରଖିଛି ।
ୟେସ୍ ସିକ୍ୟୁରିଟିଜ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅଂଶୁଲ ଅର୍ଜାରେ କହିଛନ୍ତି ଯେ, “ମଧ୍ୟବିତ ଶ୍ରେଣୀର ଲୋକମାନେ ଫିକ୍ସଡ୍ ଡିପୋଜିଟ୍ ଓ ସ୍ୱଳ୍ପ ସଂଚୟ ଭଳି ସ୍ଥାୟୀ ଆୟ ଆର୍ଥିକ ଉପକରଣଠାରୁ ଆଗକୁ ବଢ଼ି ଇକ୍ୱିଟି, ମ୍ୟୁଚୁଆଲ୍ ଫଣ୍ଡ୍‌, ଇଟିଏଫ୍ ଏବଂ ବଜାରରେ ଉପଲବ୍ଧ ଥିବା ଅନ୍ୟ ଉପକରଣକୁ ଆପଣାଉଥିବାରୁ ଓଡ଼ିଶାରେ ଅଧିକ କ୍ଲାଏଂଟ୍ ହାସଲ କରିବା ଲାଗି ୟେସ୍ ସିକ୍ୟୁରିଟିଜ୍ ପାଖରେ ସୁଯୋଗ ରହିଛି । ଡିଜିଟାଲ୍ ଆଥ୍‌ିର୍କ ସମାଧାନ ଓ ବିବିଧ ନିବେଶକ ବିକଳ୍ପ ଯଥା ସ୍ୱତନ୍ତ୍ର ସଂପତି ବର୍ଗମାଳା ଜରିଆରେ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମେ ପ୍ରସ୍ତୁତ ରହିଛୁ । ୨୦୨୨ ପରଠାରୁ ଓଡ଼ିଶାରେ ଡିମାଟ୍ ଖାତା ସଂଖ୍ୟାରେ ଉଲ୍ଲେଖନୀୟ ୭୫% ବୃଦ୍ଧି ଘଟିଥିବା ବେଳେ ଅର୍ନ୍ତଭୁକ୍ତୀକରଣ ଓ ସହଜ ନିବେଶରେ ଆମେ ପଥ ପ୍ରଦର୍ଶକ ସାଜିଛୁ । ୱାଇଏସ୍‌ଆଇଏଲ୍‌ର ଭିନ୍ନତା ଏହାର ଗବେଷଣା ଆଧାରିତ ମାର୍ଗଦର୍ଶନ ଉପରେ ପର୍ଯ୍ୟବେସିତ ଏବଂ ଆମ ପାଖରେ ଅନ୍ୟତମ ସର୍ବବୃହତ ଗବେଷଣା ଟିମ୍ ରହିଛି । ସାରା ଓଡ଼ିଶାର ସମସ୍ତ ନିବେଶକଙ୍କ ପାଖରେ ଇକ୍ୱିଟି ନିବେଶ ପହଂଚାଇବା ଲାଗି ଆମ ଉଦ୍ୟମ ଜାରି ରହିବ ।’’
୨୦୧୪ରେ ୟେସ୍ ସିକ୍ୟୁରିଟିଜ୍ ଓଡ଼ିଶାରେ ଏହାର ଯାତ୍ରାର ଶୁଭାରମ୍ଭ କରିଥିଲା । ଭୁବନେଶ୍ୱରରୁ ଏହି ଯାତ୍ରା ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ରାଉରକେଲା, କଟକ, ବଡ଼ବିଲ ଓ ଓଡ଼ିଶାର ଅନ୍ୟ ୧୦ ସହରକୁ ସମ୍ପ୍ରସାରିତ ହୋଇଥିଲା ।
ଏହି ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଓ ଏହି ଅଭିବୃଦ୍ଧିକୁ ସୁଦୃଢ଼ କରୁଥିବା ବେଳେ ବିବିଧ ପ୍ରକାରର ସଂପତି ବର୍ଗ ସହ ଏକ ବ୍ୟବହାର ପାଇଁ ସୁବିଧାଜନକ ଡିଜିଟାଲ୍ ପ୍ଲାଟଫର୍ମ ପ୍ରଦାନ କରି ଏହା ନିବେଶ ପରିଚାଳନାକୁ ପ୍ରଭାବଶାଳୀ କରିବାକୁ ୟେସ୍ ସିକ୍ୟୁରିଟିଜ୍ ଲକ୍ଷ୍ୟ ରଖିଛି ।

Share

Leave a Reply

Your email address will not be published. Required fields are marked *

5 × three =