ୱି ପକ୍ଷରୁ ୩୧୯୯ ଟଙ୍କାରେ ୩୬୫ ଦିନିଆ ସୁଲଭ ରିଚାର୍ଜ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ୱି ନିଜର ପ୍ରିପେଡ୍ ଗ୍ରାହକଙ୍କ ଲାଗି ପ୍ରଥମ ଥର ପାଇଁ ଆମାଜନ୍ ପ୍ରାଇମ୍ ଭିଡିଓ ସବସ୍କ୍ରିପ୍‌ସନ୍ ବଣ୍ଡଲ୍ କରି ୩୧୯୯ ଟଙ୍କାର ଏକ ନୂଆ ବାର୍ଷିକ ପ୍ରିପେଡ୍ ରିଚାର୍ଜ ପ୍ୟାକ୍ ଉନ୍ମୋଚନ କରିଛି । ଏହି ବ୍ୟାପକ ଅଫର ୱି ପ୍ରିପେଡ୍ ଉପଭୋକ୍ତାଙ୍କୁ ସଂଯୋଗ ଏବଂ ମନୋରଞ୍ଜନର ଏକ ଅତୁଳନୀୟ ମିଶ୍ରଣ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ୱି ହେଉଛି ଏକମାତ୍ର ଟେଲିକମ୍ କମ୍ପାନି ଯାହା ବାର୍ଷିକ ପ୍ଲାନରେ ସର୍ବନିମ୍ନ ୩୧୯୯ ଟଙ୍କାର ଟାରିଫରେ ଅଧିକରୁ ଅଧିକ ସୁବିଧା ପ୍ରଦାନ କରୁଛି ।
ଆଜିର ଡିଜିଟାଲ ଜୀବନଶୈଳୀ ଅନୁଯାୟୀ ୱିର ୩୧୯୯ ଟଙ୍କାର ରିଚାର୍ଜ ପ୍ୟାକ୍ ଗ୍ରାହକଙ୍କୁ ଅସୀମିତ କଲ୍‌, ପ୍ରତିଦିନ ୨ ଜିବି ଡାଟା ଏବଂ ଆମାଜନ ପ୍ରାଇମ୍ ଭିଡିଓ ମୋବାଇଲ୍ ଏଡିସନ୍‌ର ଏକ ବର୍ଷର ସବସ୍କ୍ରିପ୍‌ସନ୍ ପ୍ରଦାନ କରୁଛି । ପ୍ରିପେଡ୍ ଗ୍ରାହକମାନେ ବର୍ତମାନ ଅତ୍ୟାଧୁନିକ ଚଳଚ୍ଚିତ୍ର, ଟିଭି ସୋ ଏବଂ ଆମାଜନ୍ ଅରିଜିନାଲ୍‌ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ମନୋରଞ୍ଜନ ବିଷୟବସ୍ତୁ ଉପଭୋଗ କରିବାକୁ ଏହି ପ୍ରିପେଡ୍ ପ୍ଲାନ୍ ସୁନିଶ୍ଚିତ କରୁଛି ।
ଏହି ରିଚାର୍ଜ ପ୍ୟାକରେ ଅସୀମିତ ଜାତୀୟ କଲ୍‌, ଦୈନିକ ୧୦୦ଟି ଏସଏମଏସ, ସପ୍ତାହନ୍ତ ଡାଟା ରୋଲଓଭର, ରାତି ୧୨ଟାରୁ ସକାଳ ୬ଟା ମଧ୍ୟରେ ମାଗଣା ବାର୍ତାଳାପ ଏବଂ ମେସେଜିଂ ସୁବିଧା ରହିଛି ।

Share

Leave a Reply

Your email address will not be published. Required fields are marked *

one × 1 =