Business

ଦେଶର ଡ଼ିଜିଟାଲ ପେମେଣ୍ଟ ସମାଧାନ ପାଇଁ ଏନ୍‌ପିସିଆଇ ପକ୍ଷରୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ପେମେଂଟ୍ ବ୍ୟାଙ୍କ ସହ ସହଯୋଗିତା

ଭୁବନେଶ୍ୱର: ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଏନପିସିଆଇ ସିନର୍ଜି ଅଭିଯାନର ଅଂଶସ୍ୱରୂପ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଓ ପେମେଂଟ୍ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ନବସୃଜନ, ସହହଯୋଗିତା ଓ ସହବନ୍ଧନ ଜରିଆରେ ଭାରତର ଡିଜିଟାଲ୍ ଭବିଷ୍ୟତକୁ ଗଢ଼ି ତୋଳିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏନପିସିଆଇର ଏମଡି ଏବଂ ସିଇଓ ଦିଲ୍ଲୀପ ଆସ୍‌ବେ କହିଛନ୍ତି ଯେ, “ଭାରତର ଡିଜିଟାଲ ପେମେଂଟ୍ ବ୍ୟବସ୍ଥାର ପ୍ରକୃତ ସମ୍ଭାବନାକୁ ଖୋଲିବା ପାଇଁ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକ୍ରମରେ ଏସଏଫବି ଏବଂ ପେମେଂଟ୍ ବ୍ୟାଙ୍କର ନେତୃବୃନ୍ଦ ଏକାଠି ହୋଇ ଭାରତରେ ଡିଜିଟାଲ ପେମେଂଟ୍‌ର ପ୍ରମୁଖ ଦିଗ ଉପରେ ଆଲୋଚନା କରିଥିଲେ। ଆମେ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛୁ ଯେଉଁଠାରେ ନବସୃଜନ ଓ ସହଯୋଗିତା ବୃଦ୍ଧି ପାଇବ ଏବଂ ଡିଜିଟାଲ ଆର୍ôଥକ ସେବା ଦେଶର କୋଣ ଅନୁକୋଣରେ ଉପଲବ୍ଧ ହେବ। ଏସଏଫବି ଏବଂ ପେମେଂଟ୍ ବ୍ୟାଙ୍କଗୁଡିକ ଦୂରଦୂରାନ୍ତ ସଂଯୋଗ ସମାଧାନ, ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଅବହେଳିତ ଅଂଚଳରେ ବିଶ୍ୱାସକୁ ପ୍ରୋତ୍ସାହିତ କରୁଛନ୍ତି । ଏନପିସିଆଇ ସିନର୍ଜି ଭଳି ପଦକ୍ଷେପ ମାଧ୍ୟମରେ ଆମେ ପେମେଂଟ୍‌ର ଭବିଷ୍ୟତକୁ ଗଢ଼ିତୋଳିବା ଏବଂ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।”
ଏହି ଅବସରରେ “କୋଲାବୋରେଟିଭ୍ ମଡେଲ୍ ଇନ୍ ଫାଇନାନ୍ସିଆଲ୍ ସର୍ଭିସେସ୍‌” ଉପରେ ଏକ ପ୍ୟାନେଲ୍ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏସଏଫବି, ପେମେଂଟ ବ୍ୟାଙ୍କ ଓ ଏନପିସିଆଇ ମଧ୍ୟରେ ସହଯୋଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଆଲୋଚନାରେ ଫିନୋ ପେମେଂଟ୍ ବ୍ୟାଙ୍କ, ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଇଣ୍ଡିଆ ପୋଷ୍ଟ ପେମେଂଟ୍ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ। “କନେକ୍ଟିଂ ଦି ଡଟ୍‌ସ: ଏକ୍ସପାଣ୍ଡିଂ ଦି ପେମେଂଟ୍ ଇକୋସିଷ୍ଟମ୍‌” ଆଲୋଚନାରେ ଏନଏସଡିଏଲ୍ ପେମେଂଟ୍ ବ୍ୟାଙ୍କ, ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ଜିଓ ଫାଇନାନ୍ସିଆଲ ସର୍ଭିସେସ୍ ଅଧିକାରୀମାନେ ଯୋଗ ଦେଇ ଫିନଟେକ୍ ସଂସ୍ଥା ମଧ୍ୟରେ ଶ୍ରେଷ୍ଠ ଅଭ୍ୟାସର ଆଦାନପ୍ରଦାନ ଓ ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏନପିସିଆଇର ମୁଖ୍ୟ ସମ୍ପର୍କ ପରିଚାଳନା ରଜିତ ପିଲ୍ଲାଇ କହିଛନ୍ତି ଯେ, “ଏସଏଫବି ଏବଂ ପେମେଂଟ ବ୍ୟାଙ୍କ ଏକାଠି ହେଲେ ହେଉଥିବା ଅଭିବୃଦ୍ଧି ଏବଂ ଅଭିନବତାର ସମ୍ଭାବନାକୁ ଏହି ଉତ୍କୃଷ୍ଟ ବାର୍ତାଳାପ ଏବଂ ଆଲୋଚନା ଦର୍ଶାଉଛି। ସହଯୋଗ ପ୍ରୟାସକୁ ସଂଗଠିତ କରିବା ଏବଂ ଏକ ନିରବଚ୍ଛିନ୍ନ, ଉପଭୋକ୍ତା-ଅନୁକୂଳ ଏବଂ ବ୍ୟାପକ ଦେୟ ସମାଧାନ ସୃଷ୍ଟି କରିବା ଉପରେ ଧ୍ୟାନ ଦେବା ଉଚିତ୍ । ଏହି ସହଯୋଗିତାକୁ ସୁଗମ କରିବାରେ ଏନପିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଭାରତର ଡିଜିଟାଲ ପେମେଂଟ୍ ଯାତ୍ରାକୁ ଆଗକୁ ବଢ଼ାଇବା ପାଇଁ ଆମେ ଶିଳ୍ପ ଲିଡରମାନଙ୍କ ସହ କାମ କରିବାକୁ ଉତ୍ସାହିତ।”

Share

Leave a Reply

Your email address will not be published. Required fields are marked *

five + 14 =