Business

ସୁବର୍ଣ୍ଣରେଖା ପୋର୍ଟ ଓ ଟିଏସଏଫ ପକ୍ଷରୁ ବସ୍ତା ଓ ବାଲିଆପାଳରେ ଜ୍ୟୋତି ଫେଲୋସିପ୍ ମେରିଟ ପରୀକ୍ଷା

  • ୩୪୫ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ବାଲିଆପାଳ: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ଓ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ (ଏସପିପିଏଲ) ସହଯୋଗରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଜ୍ୟୋତି ଫେଲୋସିପ୍ ମେରିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ ପ୍ରଦାନ କରିବା ସହ ସେମାନଙ୍କ ଶିକ୍ଷା ଓ ବୃତ୍ତି ଆକାଂକ୍ଷା ହାସଲ କରିବାରେ ସହଯୋଗ କରିବା।
ବାଲିଆପାଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜାମସୁଲିର ଏଲଏନ କଲେଜ ଓ ଅମର୍ଦା ରୋଡସ୍ଥିତ ସିଦ୍ଧେଶ୍ୱର ଡିଗ୍ରୀ କଲେଜରେ କେନ୍ଦ୍ର କରାଯାଇ ମେରିଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଏଥିରେ ସପ୍ତମ ଶ୍ରେଣୀ ଓ ଯୁକ୍ତ ୩ ପ୍ରଥମ ବର୍ଷର ମୋଟ ୩୪୫ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବାଲିଆପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮୪ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ୬୫ ଜଣ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଜାମସୁଲିସ୍ଥିତ ଏଲଏନ କଲେଜରେ ୩୭ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ୩୧ ଜଣ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅମର୍ଦା ରୋଡସ୍ଥିତ ସିଦ୍ଧେଶ୍ୱର ଡିଗ୍ରୀ କଲେଜରେ ୨୨ ଜଣ ସ୍କୁଲ ଛାତ୍ରଛାତ୍ରୀ ଓ ୬ଜଣ କଲେଜ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।
ଏହି ପରୀକ୍ଷା ମାଧ୍ୟମରେ ଆର୍ଥିକ ଅନଗ୍ରସର ଏସସି/ଏସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷଣୀୟ ଉତ୍କର୍ଷତାକୁ ଚିହ୍ନଟ କରି ବୃତ୍ତି ପ୍ରଦାନ କରାଯାଉଛି। ଆର୍ଥିକ ପ୍ରତିବନ୍ଧକ ବିନା ଛାତ୍ରଛାତ୍ରୀମାନେ ଯେପରି ଉଚ୍ଚ ଶିକ୍ଷା ପାଇପାରିବେ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପ ଦୀର୍ଘକାଳୀନ ସାମାଜିକ-ଅର୍ଥନୈତିକ ସଶକ୍ତୀକରଣକୁ ପ୍ରୋତ୍ସାହିତ କରୁଛି, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଉଚ୍ଚ ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ଗୋଷ୍ଠୀ ପାଇଁ ସକାରାତ୍ମକ ଯୋଗଦାନ କରିପାରିବେ।

Share

Leave a Reply

Your email address will not be published. Required fields are marked *

three × five =