ତନିସ୍କ ଦ୍ୱାରା ରିଭା ସହିତ ଆପଣଙ୍କର ବିବାହ ସ୍ୱପ୍ନକୁ କରନ୍ତୁ ସ୍ମରଣୀୟ

ଭୁବନେଶ୍ବର : ଟାଟା ପକ୍ଷରୁ ଭାରତର ସର୍ବବୃହତ ଅଳଙ୍କାର ବ୍ରାଣ୍ଡ ତନିସ୍କ ‘ରିଭା’କୁ ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ ଭାବେ ଗ୍ରାହକ ନିକଟରେ ଉପସ୍ଥାପନ କରିଛି। ରିଭା ନିଜର ବିବିଧ ବିବାହ ସମ୍ଭାର ସହିତ ଆଧୁନିକ ଓଡିଶାର କନ୍ୟା ମାନଙ୍କ ବିଭିନ୍ନ ଆବଶ୍ୟକତା ଅନୁଯାୟୀ ଉତ୍କୃଷ୍ଟ ଡିଜାଇନ୍ ସହିତ ଉନ୍ନତ କରିଗରୀ ପ୍ରତିପାଦନ କରୁଛି । ତନିସ୍କର ରିଭା ସମ୍ଭାର ସୁନ୍ଦରତା ଏବଂ ପରମ୍ପରାର ଏକ ଉଦାହରଣ ଭାବରେ ଠିଆ ହୋଇଛି, ଏହାର ସୂକ୍ଷ୍ମ କାରିଗରୀ ଯାହା ଗୁଣବତା, ନୈତିକତା ଏବଂ ଭବ୍ୟତାର କାହାଣୀ ବର୍ଣ୍ଣନା କରିଥାଏ ।

ରିଭା କେବଳ ଅଳଙ୍କାର ଯୋଗାଇବାରେ ସୀମିତ ନରହି ଏହା ପ୍ରତ୍ୟେକ କନ୍ୟାର ଅନନ୍ୟ ଯାତ୍ରା ସହିତ ଜଡିତ ରହି ନିଜର ପ୍ରତିବଦ୍ଧତାକୁ ପ୍ରତିପାଦନ କରୁଛି । ରିଭା ଅତି ଯତ୍ନର ସହିତ ନିର୍ମିତ ସମ୍ଭାରକୁ ଗ୍ରାହକଙ୍କ ନିକଟରେ ପରସିଥାଏ ଯାହା ସମଗ୍ର ଭାରତରେ ଆଧୁନିକ କନ୍ୟାମାନଙ୍କ ପାଇଁ ଭରସାଯୋଗ୍ୟ ପସନ୍ଦ ଭାବରେ ଠିଆ ହୋଇଛି। ରିଭା ଠାରୁ ବ୍ରାଇଡାଲ୍ ଟ୍ରାଉଜ୍ ପରିସର ପାରମ୍ପରିକ, ସମ୍ଭ୍ରାନ୍ତ ଏବଂ ସୂକ୍ଷ୍ମ କାରିଗରୀ ଦକ୍ଷତାର ପ୍ରତିଫଳନ ସହ ତିଆରି ହୋଇଛି ଯାହା ଦ୍ୱାରା କନ୍ୟା(ବ୍ରାଇଡ) ନିଜର ବିଶେଷ ଦିନର ପ୍ରତିଟି ମୁହୂର୍ତକୁ ସ୍ମରଣୀୟ କରିପାରିବ। ଆଂଚଳିକ ଡିଜାଇନ୍କୁ ଆଂଚଳିକ ଛାପ ସହିତ ସୁନା, ହୀରା, ଗ୍ଲାସ୍ କୁନ୍ଦନ, ଏବଂ ପୋଲ୍କିକୁ ନେଇ ରିଭା ଏକ ବ୍ୟାପକ ଗହଣା ସମ୍ଭାର ଗ୍ରାହକଙ୍କ ନିକଟରେ ପରସିଥାଏ, ଯାହା ସୁନିଶ୍ଚିତ କରେ ଯେ ପ୍ରତ୍ୟେକ କନ୍ୟା ତାଙ୍କ ବାହାଘର ଭଳି ବିଶେଷ ଦିନରେ ନିଜର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ପାଇଁ ଯଥେଷ୍ଟ ହୋଇପାରିବ ।

ମୁଖ୍ୟ ବିବାହ ସମାରୋହର ବ୍ୟତିରକେ ରିଭା ବିବାହ ସହିତ ସଂଶ୍ଲିଷ୍ଟ ବିଭିନ୍ନ ଉତ୍ସବ ପାଇଁ ସୁସଜ୍ଜିତ ଅଳଙ୍କାର ସମ୍ଭାର ଉପସ୍ଥାପନ କରିଥାଏ, ଯାହାକି ହଳଦୀ ଠାରୁ ଆରମ୍ଭ କରି ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ଉତ୍ସବର ପ୍ରତ୍ୟେକ ଦିଗ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଯୁଜ୍ୟ ହୋଇଥାଏ । ଏକ ଓଡିଆ କନ୍ୟାର ଅନ୍ୟୁନ ଅଳଙ୍କାର ସିଙ୍ଗାର ପାଇଁ ଏକ ସୁନା ହାର, ଲମ୍ବା ହାରାମ, ନଥ ଏବଂ ମଥା ମଣି ସମ୍ପୃକ୍ତ ହୋଇଥାଏ । ଏଥିସହିତ ସେଥିରେ ଆହୁରି ଆକର୍ଷଣୀୟ କରିବା ପାଇଁ ସୁନା ଚାନ୍ଦ, ଏବଂ କପାଳରେ ରେଗାଲ୍ ମୁକୁଟ୍ ଯୋଡା ଯାଇଥାଏ । ଓଡିଆ ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ନିୟମିତତା ଏବଂ ମହାନତାକୁ ବ୍ୟକ୍ତ କରନ୍ତି, ଅନୁରୂପ ଭାବେ ବିବାହ ସମୟରେ ପାରମ୍ପରିକ ଓଡିଆ ସଂସ୍କୃତିର ମହତ୍ୱକୁ ପ୍ରତିପାଦନ କରି ନିଜକୁ ସୁବର୍ଣ୍ଣରେ ସୁସଜ୍ଜିତ କରିବା ଏବଂ ରିସେପ୍ସନରେ ନିଜକୁ ହୀରା ସ୍ପର୍ଶରେ ଆଲୋକିତ କରିଥାନ୍ତି, ତନିସ୍କ-ରିଭାର ସ୍ପର୍ଶ ପ୍ରାପ୍ତ କରିଥାଏ।

ଚାଲିଥିବା ବିବାହ ଋତୁ ଏବଂ ଅସ୍ଥିର ସୁନା ମୂଲ୍ୟ ସହିତ ତନିସ୍କ ‘ଗୋଲ୍ଡ ଏକ୍ସଚେଞ୍ଜ ପ୍ରୋଗ୍ରାମ’ ଗ୍ରାହକମାନଙ୍କୁ ସେମାନଙ୍କର ସୁନା ସମ୍ପତି ପାଇଁ ସର୍ବୋତମ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରିଥାଏ । ଏହା ପୁରୁଣା ସୁନାକୁ ତନିସ୍କ ଦ୍ୱାରା ସୂକ୍ଷ୍ମ ନୂତନ ଡିଜାଇନ୍ ରେ ପରିଣତ କରିବା ପାଇଁ ଏକ ମାର୍ଗ ପ୍ରଦାନ କରିଥାଏ । ଗ୍ରାହକମାନେ ୨୨ କେରେଟ ଏବଂ ତଦୁର୍ଦ୍ଧ୍ୱ ଭାରତର ଯେକୌଣସି ଠାରୁ କିଣାଯାଇଥିବା ଅଳଙ୍କାରର ପୁରୁଣା ସୁନା ଉପରେ ୧୦୦ଞ୍ଚ ପ୍ରତିଶତ ମୂଲ୍ୟ ପାଇପାରିବେ । ଏଥିସହ, ଗ୍ରାହକମାନେ ଆଉ ଏକ ରୋମାଂଚକର ଅଫର ମଧ୍ୟ ପାଇପାରିବେ, ଯେଉଁଥିରେ ସୁନା ବିବାହ ଅଳଙ୍କାର ଉପରେ କେବଳ ୧୮ ପ୍ରତିଶତ ଫିକ୍ସଡ୍ ମେକିଙ୍ଗ ଚାର୍ଜ ପ୍ରଦାନ କରିବେ । ଅଫର କେବଳ ସୀମିତ ସମୟ ଅବଧି ପାଇଁ ବୈଧ ରହିଛି ।

ଅତିରିକ୍ତ ଭାବରେ, ସାଧାରଣ ନିର୍ବାଚନ ମଧ୍ୟରେ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରି, ତନିସ୍କ ଏହାର ଗ୍ରାହକଙ୍କ ପାଇଁ ଅସୁବିଧାମୁକ୍ତ ସେବା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ଅତ୍ୟାବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବାକୁ, ତନିସ୍କ ଗ୍ରାହକଙ୍କୁ ଏକ ସୁବିଧାଜନକ ସପିଂ ଅଭିଜ୍ଞତା ପ୍ରଦାନ କରିବା ପାଇଁ ‘ଘରୁ ଦେୟ’ ଏବଂ ଅଳଙ୍କାରର ଡୋର ଷ୍ଟେପ୍ ଡେଲିଭରି ପ୍ରଦାନ କରୁଛି ।

Share

Leave a Reply

Your email address will not be published. Required fields are marked *

3 × three =